ପିସିସି ସଭାପତି ପରିବର୍ତ୍ତନ ଚର୍ଚ୍ଚା ଭିତରେ ନିରଞ୍ଜନଙ୍କ ବୟାନ : କହିଲେ ସଭାପତି ପଦର ଅଫର ଆସିଲେ ଶହେଥର କରିବେ ଚିନ୍ତା

38

କନକ ବ୍ୟୁରୋ : ଥମୁନି ରାଜ୍ୟ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା । ବିଧାୟକ ଦଳ ପିସିସି ପରିବର୍ତ୍ତନ ଦାବୀକୁ ଅଡି ବସିଥିବା ବେଳେ ଦିଲ୍ଲୀ ଦରବାର କିନ୍ତୁ ଏଯାଏଁ ଚୁପ୍ । ଏପଟେ ନେତୃତ୍ୱକୁ ଦୋଷ ଦେଇ ଜଣଙ୍କ ପରେ ଜଣେ ନେତା କଂଗ୍ରେସ ଛାଡି ଅନ୍ୟ ଦଳ ମୁହାଁ ହେବାରେ ଲାଗିଛନ୍ତି । ଯଦି ନେତୃତ୍ୱ ପରିବର୍ତ୍ତନ  ହୁଏ ତେବେ କାହକୁ ହାଇକମାଣ୍ଡ ଏହି ଦାୟିତ୍ୱ ଦେବେ ତାହାକୁ ନେଇ ମଧ୍ୟ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା ।

ପିସିସି ସଭାପତି ପରିବର୍ତ୍ତନ ନେଇ ବେଶ କିଛି ଦିନ ହେଲା ଦଳ ଭିତରେ ତର୍ଜମା ଚାଲିଥିବା ବେଳେ ଏହି ପଦ ପାଇଁ ଚର୍ଚ୍ଚିତ ଦାବୀଦାର ନିରଂଜନ ପଟ୍ଟନାୟକଙ୍କ ଏହି ବୟାନ ଏବେ ଚର୍ଚ୍ଚାରେ । ନିରଂଜନ କହୁଛନ୍ତି ସଭାପତି ପଦ ପାଇଁ ଅଫର ଆସିଲେ ସେ ଶହେ ଥର ଚିନ୍ତା କରିବେ ।

ସେପଟେ ଦିଲ୍ଲୀ ଯାଇଥିବା ୭ ବିଧାୟକ ଦଳର ବରିଷ୍ଠ ନେତାଙ୍କ ସହ କରିଛନ୍ତି ଆଲୋଚନା । ସୂଚନା ଅନୂସାରେ ୟୁପିଏର ରଷ୍ଟ୍ରପତି ପ୍ରାର୍ଥୀଙ୍କ ପ୍ରସ୍ତାବକ ହେବାପାଇଁ ଯାଇଥିବା ଏହି ବିଧାୟକ ମାନେ ଗୁଲାମ ନବୀ ଆଜାଦ, କମଳନାଥ୍ ଓ ଭି. ଜର୍ଜଙ୍କ ପରି ନେତାଙ୍କ ସହ ଦଳର ସ୍ଥିତି ନେଇ ଆଲୋଚନା କରିଛନ୍ତି । ନେତୃତ୍ୱ ପରିବର୍ତ୍ତନ ନେଇ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜ୍ୟ ନେତାଙ୍କ ସହ ଆଲୋଚନା କରିବାର ଦେଢ ମାସରୁ ଉର୍ଦ୍ଧ୍ୱ ସମୟ ବିତିଗଲାଣି । କିନ୍ତୁ ହାଇକମାଣ୍ଡଙ୍କ ପକ୍ଷରୁ କୈଣସି ନିଷ୍ପତ୍ତି ନଆସିବା ଏବେ କଂଗ୍ରେସ ଶିବିରକୁ ଦ୍ୱନ୍ଦରେ ପକାଇଛି ।

ଦେଖନ୍ତୁ ଏହି ଭିଡିଓ –