କମନ ଆପ୍ଲିକେସନ ଫର୍ମରେ ତୃତୀୟଲିଙ୍ଗୀକୁ ମିଳିଲା ସ୍ଥାନ ! କଲେଜ ନାମଲେଖା ଫର୍ମରେ ଭରିଲେ ତୃତୀୟ ଲିଙ୍ଗୀ ସ୍ଥାନ

37

କନକ ବ୍ୟୁରୋ: କମନ ଆପ୍ଲିକେସନ ଫର୍ମର ଜେଣ୍ଡର ବକ୍ସରେ ପୁରୁଷ ଓ ମହିଳା ବ୍ୟତୀତ ତୃତୀୟଲିଙ୍ଗକୁ ସ୍ଥାନ ମିଳିଛି । କଲେଜ ନାମଲେଖା ଫର୍ମରେ ତୃତୀୟ ଲିଙ୍ଗୀ ସ୍ଥାନ ପୂରଣ କରିଛନ୍ତି ତୃତୀୟଲିଙ୍ଗୀ । ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରଥମ କରି ଓଡ଼ିଶାରେ ଏହା ପ୍ରଚଳନ ହୋଇଛି । ଚଳିତ ବର୍ଷଠାରୁ ଯୁକ୍ତ ଦୁଇ ଓ ଯୁକ୍ତ ତିନି ନାମଲେଖା ଫର୍ମରେ ତୃତୀୟଲିଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି ।

ପ୍ରଥମଥର ପାଇଁ ଓଡିଶାରେ ଏହି ବ୍ୟବସ୍ଥା ଆମ୍ଭ ହୋଇଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ଏହାକୁ ପ୍ରଥମଥର ଲାଗି ପ୍ରଚଳନ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ । ଯୁକ୍ତ ଦୁଇ ଓ ଯୁ୍କ୍ତ ତିନି ପାଇଁ ହେଉଥିବା ଅନଲାଇନ୍ ଫର୍ମ ବା କମନ ଆପ୍ଲିକେସନ ଫର୍ମରେ ଥିବା ଜେଣ୍ଡର ବକ୍ସରେ ପୁରୁଷ ଓ ମହିଳାଙ୍କ ବ୍ୟତୀତ ରହିବ ତୃତୀୟ ଲିଙ୍ଗ ପାଇଁ ସ୍ଥାନ ।