କୋଚିଂ ସେଂଟରରେ ଲଗାମ କଷିବାକୁ କେନ୍ଦ୍ରରୁ ଚିଠି

28

କନକ ବ୍ୟୁରୋ : ରାଜ୍ୟରେ କୋଚିଂ ସେଂଟର ଗୁଡିକ ଉପରେ ଲାଗିବ ଲଗାମ । ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପ୍ରବଣତା ଓ ମନଇଛା ଫି ଆଦାୟକୁ ଦୃଷ୍ଟିରେ ରଖି ଏକ ଗାଇଡଲାଇନ ଆଣିବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ଅନୁସାରେ କୋଚିଂ ସେଂଟର ଗୁଡିକରେ ଏକ ମେକାନିଜମ କାମ କରିବ । ଏଠାରେ ଛାତ୍ର ନିଜର ଅଭିଯୋଗ ରଖିବେ । କୋଚିଂ ସେଂଟରଗୁଡିକୁ ରାଜ୍ୟ ସରକାର ନିୟନ୍ତ୍ରଣ କରିବେ । କୋଚିଂ ସେଂଟରଗୁଡିକ ଉପରେ ଲାଗିବ ଲଗାମ୍ ।

ରାଜ୍ୟରେ ଏବ ଛତୁ ଫୁଟିଲା ଭଳି କୋଚିଂ ସେଂଟର । ଅଭିଭାବକ ବିନା ଦ୍ୱିଧାରେ ନିଜର ପିଲାମାନଙ୍କୁ ପଠାଉଛନ୍ତି କୋଚିଂ ସେଂଟରକୁ । ଏହାର ସିଧାସଳଖ ଫାଇଦା ଉଠାଉଛନ୍ତି ଏହି ଅନୁଷ୍ଠାନ । ମନଇଛା ଫି ଆଦାୟ ସାଙ୍ଗକୁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଚାପ ପକାଯାଉଛି । ଆଉ ଚାପରେ ଆତ୍ମହତ୍ୟା କରିବାକୁ ପଛାଉ ନାହାଁନ୍ତି ଛାତ୍ରଛାତ୍ରୀ । ଏହାକୁ ଲଗାମ ଦେବାକୁ ନୂଆ ଆଇନ ଆଣିଛି କେନ୍ଦ୍ର ସରକାର । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ କୋଚିଂ ସେଂଟରଗୁଡିକ ପାଇଁ ନୂଆ ଗାଇଡଲାଇନ ପ୍ରସ୍ତୁତ କରିବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅନୁଯାୟୀ ପଂଜୀକୃତ ସେଂଟର, ଅତ୍ୟଧିକ ଫି ଆଦାୟ, ଛାତ୍ରଛାତ୍ରୀଙ୍କ ଉପରେ ପକାଉଥିବା ଚାପର ତଦାରଖ କରିବେ ରାଜ୍ୟ ସରକାର ।

କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶରେ କୋଚିଂ ସେଂଟର ଗୁଡିକରେ ଏକ ମେକାନିଜିମ୍ କାର୍ଯ୍ୟ କରିବ ଯେଉଁଥିରେ ପିଲାମାନେ ନିଜର ଅଭିଯୋଗ ଜଣାଇ ପାରିବେ । ପେଶାଦାର ଓ ତାଲିମପ୍ରାପ୍ତ ଶିକ୍ଷକ ରହିବେ । ଅନୁଷ୍ଠାନରେ ଏକ ଘରୋଇ ପରିବେଶ ସୃଷ୍ଟି କରିବେ । ପ୍ରଶାସନିକ ସ୍ତରରେ ସୁଦୃଢ ଓ ହଷ୍ଟେଲଗୁଡିକର ତଦାରଖ ହେଉଥିବ ।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କୋଚିଂ ସେଂଟରଗୁଡିକର ଆବଶ୍ୟକତା କଣ ପାଇଁ ? ଶିକ୍ଷାନୁଷ୍ଠାନ ଗୁଡିକ କଣ ପାଠ ପଢିବା ପାଇଁ ଯଥେଷ୍ଟ ନୁହେଁ ।