ଆଜି ମଣ୍ଡପରେ ମହାନବମୀ ଓ ଶକ୍ତି ପୀଠେ ଦଶମୀ ପୂଜା ! ମାଆଙ୍କ ଆରାଧନା ପାଇଁ ଜମୁଛି ଭକ୍ତଙ୍କ ଭିଡ଼

64

କନକ ବ୍ୟୁରୋ: ଆଜି ମହାନବମୀ । ମା’ ଦୁର୍ଗାଙ୍କ ଆଗମନରେ ଟ୍ୱିଇନ୍ ସିଟି ସମେତ ରାଜ୍ୟର ପୁର ପଲ୍ଲୀରେ ଖୁବ ଧୁମଧାମରେ ଚାଲିଛି ପୂଜାର୍ଚ୍ଚନା । ମଣ୍ଡପରେ ଦଶଭୂଜାଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କର ଆଜି ନବମୀ ପୂଜା କରାଯାଉଥିବା ବେଳେ ଶକ୍ତିପୀଠରେ ଶକ୍ତିସୂରୁପୀଣିଙ୍କ ବିଜୟା ଦଶମୀ ପୂଜା କରାଯାଉଛି ।

ନବମୀରେ ମାଙ୍କର ଚଣ୍ଡିପାଠ କରାଯିବା ସହ ସନ୍ଧି ପୂଜା କରାଯାଏ । ଏହାସହ ଆଜିର ସ୍ୱତନ୍ତ୍ରତା ହେଉଛି, କୁଆଁରୀ ପୂଜା । ମା’ଙ୍କ ମଣ୍ଡପରେ ଜଣେ କୁଆଁରୀ ଝିଅ ମହାଲକ୍ଷ୍ମୀଙ୍କ ଭଳି ସୁସଜ୍ଜିତ କରି ବସାଯାଏ । ଏହାପରେ ତାଙ୍କୁ ଦେବୀ ମାଙ୍କ ଭଳି ପୂଜାର୍ଚ୍ଚନା କରାଯିବାର ପରମ୍ପରା ରହିଛି । ଯାହାକୁ ଦେଖିବା ପାଇଁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଲାଣି । ହୁଳହୁଳି ଘଂଟ ଘଂଟା ଧ୍ୱନୀରେ ପ୍ରକମ୍ପିତ ହେଉଛି ସମଗ୍ର ଅଂଚଳ ।

ଅନ୍ୟପଟେ, ପୁଣି ମହନ୍ତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଗୋରଖପୁର ମନ୍ଦିରରେ ଦେବୀ ପୂଜା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଶାରଦୀୟ ଦୁର୍ଗାପୂଜା ଅବସରରେ ପୂଜା ସହ ଆରତୀ କରିଛନ୍ତି ଯୋଗୀ । ଗୋରଖପୁର ମନ୍ଦିରର ମହନ୍ତ ଭାବେ ପୂଜା କାର୍ଯ୍ୟ ସଂପନ୍ନ କରିଛନ୍ତି ଯୋଗୀ । ଅନେକ ଶ୍ରଦ୍ଧାଳୁ ଯୋଗୀଙ୍କ ପୂଜାରେ ଉପସ୍ଥିତ ରହିଥିଲେ । ଆଜିର କୁଆଁରୀ ପୂଜା ପର୍ଯ୍ୟନ୍ତ ମନ୍ଦିରରେ ରହିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ।