‘କୃଷି ଓଡ଼ିଶା’ ସମ୍ମିଳନୀରେ କାଳିଆ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା। ଦେଶବାସୀଙ୍କ ପାଇଁ ‘କାଳିଆ’ ଏକ ଆଦର୍ଶ ଯୋଜନା ।

‘କାଳିଆ’ ଯୋଜନା ଦେଶର ଚାଷୀ ପରିବାର ପାଇଁ ଏହା ଆଗକୁ ବାଟ ଫିଟାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି

242

କନକ ବ୍ୟୁରୋ: କାଳିଆ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରଶଂସା । ଚାଷୀଙ୍କ ପାଇଁ ଏବେ ସାରା ଦେଶରେ ଆଦର୍ଶ ଯୋଜନା ପାଲଟିଛି ‘ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା । ଦେଶର ଚାଷୀ ପରିବାର ପାଇଁ ଏହା ଆଗକୁ ବାଟ ଫିଟାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପୁଣି କୃଷକଙ୍କୁ ଖୁସି କରାଇବା ପାଇଁ କାଳିଆ ଯୋଜନାରେ ପଞ୍ଜୀରକରଣ ତାରିଖ ବୃଦ୍ଧି କରିଛନ୍ତି ନବୀନ । ଏହି ଯୋଜନାର ଦ୍ୱିତୀୟ ପର୍ଯର୍୍ୟାୟ ପଞ୍ଜୀକରଣ ଅବଧି ଜାନୁଆରୀ ୨୫ରୁ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ନବୀନ ।

ରାଜ୍ୟର କୃଷକଙ୍କୁ ଧନ୍ୟବାଦ ଦେଇ ନବୀନ କହିଛନ୍ତି ଯେ, ଆମ ରାଜ୍ୟର ଚାଷୀ ଭାଇଙ୍କ ପାଇଁ ଆମ ସରକାର ୫ଥର କୃଷି କର୍ମଣ ପୁରଷ୍କାର ପ୍ରାପ୍ତ କରିଛି । ଯାହା ଦର୍ଶାଉଛି ବର୍ତ୍ତମାନ ଓଡ଼ିଶା କୃଷି କ୍ଷେତ୍ରରେ ଅଧିକ ଉନ୍ନତି କରୁଛି । କାଳିଆ ଯୋଜନାକୁ ସଠିକ୍ ଭାବେ ପରିଚାଳନା ଏବଂ ଏହା ଦ୍ୱାରା ଚାଷୀ ପରିବାର ଲାଭବାନ ହେଲେ ମୁଁ ଖୁସି ହେବି ବୋଲି କହିଛନ୍ତି ନବୀନ ।

ଗତ ୨୦୧୪ ମସିହାରେ ରାଜ୍ୟର ୧୦ ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ କରିବା ପାଇଁ ରାଜ୍ୟ ସରରକାର ପ୍ରତିଜ୍ଞା କରିଥିଲେ । ବର୍ତ୍ତମାନ ସୁଦ୍ଧା ୮ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ କରାଯାଇଛି । ଆସନ୍ତା ଏପ୍ରିଲ୍ ମାସ ଶେଷ ସୁଦ୍ଧା ବାକିଥିବା ଲକ୍ଷ୍ୟକୁ ପୂରଣ କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀ ଭାଇ ‘କାଳିଆ’ ଯୋଜନାର ରାଶିକୁ ସଠିକ୍ ଭାବେ ଚାଷ କାର୍ଯ୍ୟରେ ଲଗାଇଲେ ମୁଁ ଖୁସି ହେବି ବୋଲି ନବୀନ କହିଛନ୍ତି ।

ବରମୁଣ୍ଡା ପଡ଼ିଆରେ ଆୟୋଜିତ ୫ ଦିନିଆ ‘କୃଷି ଓଡ଼ିଶା’ ସମ୍ମିଳନରେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଓ କୃଷକଙ୍କ ହିତ ପାଇଁ ବିଭିନ୍ନ ଯୋଜନାର ଗୁଣ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।