ବଦଳିବ କଟକର ସ୍ୱରେଜ୍ ବ୍ୟବସ୍ଥା । ସିଡିଏରେ ଉଦଘାଟନ ହେଲା ଅତ୍ୟାଧୁନିକ ସିୱେଜ୍ ଟ୍ରିଟମେଂଟ ପ୍ଲାଂଟ

109

କନକ ବ୍ୟୁରୋ: ବଦଳିବ କଟକର ସ୍ୱରେଜ୍ ବ୍ୟବସ୍ଥା । କଟକ ନଗରବାସୀଙ୍କ ପାଇଁ କାର୍ଯ୍ୟକ୍ଷମ ହେବ ଅତ୍ୟାଧୁନିକ ସ୍ୱିୱେଜ୍ ଟ୍ରିଟମେଂଟ ପ୍ଲାଂଟ୍ । କଟକ ସିଡିଏରେ ଆଜି ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନ କରିବା ପରେ ପ୍ରକଳ୍ପ ସ୍ଥଳ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । କଟକ ସିଡିଏଠାରେ ଦୈନିକ ୩କୋଟି ୬୦ଲକ୍ଷ ଲିଟର ବିଶୋଧନ କ୍ଷମତା ବିଶିଷ୍ଟ ଏହି ପ୍ଲାଂଟ ନିର୍ମାଣ ସମ୍ପୂର୍ଣ୍ଣ କରାଯିବ ।

ଏଥିପାଇଁ ବ୍ୟୟ ଅଟକଳ ରହିଛି ୧୧୦କୋଟି ଟଙ୍କା । ଏହି ଯୋଜନାରେ ସହରରେ ୨୭୫ କିଲୋମିଟରରୁ ଅଧିକ ଦୈର୍ଘ୍ୟର ସିୱେଜ୍ ପାଇପ୍ଲାଇନ୍ ନିର୍ମାଣ ସମ୍ପୂର୍ଣ୍ଣ କରାଯିବ । କଟକ ପୋଲିସ କଲୋନିରେ ଘଂଟା ପ୍ରତି ୭୨ଲକ୍ଷ ଲିଟର ନିଷ୍କାସନ କ୍ଷମତା ବିଶିଷ୍ଟ ଡ୍ରେନେଜ୍ ପମ୍ପିଙ୍ଗ୍ ଷ୍ଟେସନରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି । ନରାଜରେ ଉର୍ଦ୍ଦୁ ୟୁନିଭରସିଟିର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।