ପୁଣି ଚୀନ୍ ଦେଖାଇଲା ଭାଇ ପ୍ରୀତି ! କହିଲା ଭାରତ ଚାହିଁଲେ ହିମାଳୟ ମଧ୍ୟ ଅଟକାଇ ପାରବନି ବନ୍ଧୁତା

56

କନକ ବ୍ୟୁରୋ : ପୁଣି ଚୀନ ଦେଖାଇଛି ଭାରତ ପ୍ରୀତି । ଚୀନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଭାରତ ଚାହିଁଲେ ହିମାଳୟ ମଧ୍ୟ ଭାରତ ଓ ଚୀନର ବନ୍ଧୁତାକୁ ରୋକି ପାରିବ ନାହିଁ । ସେ କହିଛନ୍ତି ଭାରତ ଓ ଚୀନକୁ ନିଜ ମଧ୍ୟରେ ଥିବା ମତଭେଦକୁ ଭୁଲି ସମ୍ପର୍କକୁ ମଜଭୁତ୍ କରିବା ଆବଶ୍ୟକ । ଦୁଇ ଦେଶକୁ ଲଢ଼ିବା ବଦଳରେ ଏକ ସାଙ୍ଗରେ କାମ କରିବା ଦରକାର । ଏଥିପାଇଁ ଦୁଇ ଦେଶକୁ ସେମାନଙ୍କ ମାନସିକତାରେ ପରିବର୍ତନ ଆଣିବାକୁ ପଡିବ । ଆଉ ଯଦି ଏପରି ହୁଏ ହିମାଳୟ ପାଖରେ ବି ଦୁଇ ଦେଶ ପାଖରେ ଛିଡା ହେବା ଭଳି ଶକ୍ତି ନାହିଁ ।

ସେ ଆହୁରି କହିଛନ୍ତି କଠିନ ସ୍ଥିତିରେ ବି ଦୁଇ ଦେଶର ସମ୍ପର୍କରେ ମଧୁରତା ଆସିଛି । ଚୀନ ନିଜ ଅଧିକାର ଓ ହିତକୁ ଧ୍ୟାନରେ ରଖିବା ସହ ଭାରତ ସହ ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରୁଛି । ଉଭୟ ଦେଶର ନେତାମାନେ ଭବିଷ୍ୟତର ସମ୍ପର୍କରେ ସୁଧାର ପାଇଁ ମିଳିତ ଭାବେ କୂଟନୈତିକ ବାଟ ବାହାର କରୁଛନ୍ତି । ଦୁଇ ଦେଶ ଏକାଠି ହୋଇଗଲେ ଏକ ଓ ଏକ ଦୁଇ ନୁହେଁ ଏଗାର ହୋଇଯିବ । ଗତବର୍ଷ ଡୋକଲାମକୁ ନେଇ ଅଢ଼େଇ ମାସ କାଳ ସୀମାରେ ଉତେଜନା ଦେଖାଦେବା ପରେ ଉଭୟ ପକ୍ଷର ସହମତିରେ ପରିସ୍ଥିତି ଶାନ୍ତ ହୋଇଥିଲା । ତାପରେ ଆଉ କେତେକ ପ୍ରସଙ୍ଗରେ ମଧ୍ୟ ଚୀନ ସହ ଭାରତର ବିବାଦ ଲାଗି ରହିଛି ।