ପିଶାଚ ପିତାର କାହାଣୀ ! ପାଠ ନପଢିବାରୁ ୫ ବର୍ଷର ପୁଅକୁ ଚେଙ୍କ

36

କନକ ବ୍ୟୁରୋ : ପାଠ ପାଇଁ ପୁଅକୁ ଚେଙ୍କ । ନିର୍ଦ୍ଦୟ ବାପାର ଅମାନୁଷିକ କାଣ୍ଡ । କୌଣସି ଉପାନ୍ତ ଅଂଚଳରୁ ଏଭଳି ଖବର ଆସି ନାହିଁ ବରଂ ରାଜଧାନୀ ଉପକଣ୍ଠ ଧଉଳି ସୁନ୍ଦରଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାଠପଢାରେ ସମାନ୍ୟ ଅବହେଳା କରିବାରୁ ନିଜ ପାଂଚବର୍ଷର ପୁଅକୁ ଲୁହାରଡରେ ଚେଙ୍କ ଦେଇଛି ଅଭିଯୁକ୍ତ ବିଶ୍ୱଜିତ ସାହୁ ।

ସୂଚନା ମୂତାବକ , ଆଜି ସକାଳେ ଶିଶୁଟି ଘର ବାହାରେ ଖେ଼ଳୁଥିବା ବେଳେ ମା’ ବଜାରକୁ ଯାଇଥିଲେ । ହଠାତ ଉତକ୍ଷିପ୍ତ ହୋଇପଡିଥିଲା ବିଶ୍ୱଜିତ । ଆଉ ତତଲା ଲୁହାରଡରେ ନିଜ ପାଂଚବର୍ଷର ପୁଅକୁ ଅମାନୁଷିକ ଭାବେ ମାଡ ମାରିଥିଲା ।

ତେବେ ଏତିକିରେ ବୁଝି ନଥିଲା ନିର୍ଦ୍ଦୟୀ ବାପାର ମନ । ଯନ୍ତ୍ରଣାରେ ଛଟପଟ ହେଉଥିବା ପୁଅକୁ ଘର ଭିତରେ ବନ୍ଦକରି ଫେରାର ହୋଇଯାଇଥିଲା ବିଶ୍ୱଜିତ । ଆଉ ପ୍ରାୟ ଘଂଟାଏ ଧରି ଛଟପଟ ହେଉଥିଲା ୫ବର୍ଷର ଶିଶୁ । ବଜାରରୁ ଫେରିବା ପରେ ସୈାଦାମିନୀ ପୁଅକୁ ଉଦ୍ଧାର କରି ମେଡିକାଲ ନେଇଥିଲେ ।

ବିଶ୍ୱଜିତ ସାହୁ ପେସାରେ ଜଣେ ଔଷଧ ଦୋକାନୀ । ଯିଏ ନିଜର ଅହଙ୍କାର ଓ ରାଗକୁ ସମ୍ଭାଳି ନପାରି ଜନ୍ମକଲା ପୁଅକୁ ଚେଙ୍କ ଦେଇଥିଲା । ତେବେ ବିଶ୍ୱଜିତ ବିଭିନ୍ନ ସମୟରେ ମଦ୍ୟପାନ କରି ଘରକୁ ଆସନ୍ତି ଓ ପୁଅକୁ ମାଡ ମାରନ୍ତି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ସୈାଦାମିନୀ ।

ବିଶ୍ୱଜିତକୁ ଗିରଫ କରି ପୋଳିସ କୋର୍ଟ ଚାଲଣ କରିଛି । କିନ୍ତୁ ନିର୍ଦ୍ଦୟୀ ବାପାର ଏମାନୁସିକ ଚେହେରା ସମାଜରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ।