ତେଜିଲା ରାଉରକେଲାରେ ପୋଲ ନିର୍ମାଣ ରାଜନୀତି ! ଶୀଘ୍ର ନିର୍ମାଣ ଦାବିରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ନବୀନଙ୍କ ଚିଠି

22

କନକ ବ୍ୟୁରୋ : ତେଜିଲା ରାଉରକେଲାରେ ପୋଲ ନିର୍ମାଣ ରାଜନୀତି । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାହ୍ମଣୀ ନଦୀ ଉପରେ ରାଉରକେଲା ନିକଟରେ ଦ୍ୱିତୀୟ ବ୍ରିଜ୍ ନିର୍ମାଣ କରିବା ୪ଦାବି କରି ଗଡକରୀଙ୍କୁ ଚିଠି ଲେଖିଛନ୍ତି ନବୀନ ।

ରାଉରକେଲା ପାନପୋଷ ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ବ୍ରାହ୍ମଣୀ ନଦୀ ଉପରେ ବ୍ରିଜ୍ ନିର୍ମାଣ କରିବାକୁ ଦାବି କରିଛନ୍ତି ନବୀନ । ଏହି ବ୍ରିଜ୍ ନିର୍ମାଣ ହେଲେ ରାଉରକେଲାର ଟ୍ରାଫିକ ସମସ୍ୟା କମିବ ବୋଲି ଚିଠିରେ ଉଲେଖ କରିଛନ୍ତି ନବୀନ । ତେଣୁ ଏନଏଚଏଆଇକୁ ତୁରନ୍ତ ବ୍ରିଜ୍ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।