ଆଜି ଚେନ୍ନାଇରେ ଭାରତ-ଇଂଲଣ୍ଡ ୫ମ ଟେଷ୍ଟ : ଭ୍ରମଣକାରୀ ଦଳ ପାଇଁ ସମ୍ମାନର ପ୍ରଶ୍ନ, ଭାରତ ପାଇଁ ମ୍ୟାଚ୍ ଗୁରୁତ୍ୱହୀନ

26

ଚେନ୍ନାଇ : ଚେନ୍ନାଇରେ ଆଜି ଖେଳାଯିବ ଭାରତ-ଇଂଲଣ୍ଡ ୫ମ ଟେଷ୍ଟ  । ଘାଇଲା ଇଂଲଣ୍ଡକୁ ଘେରିବ ବିରାଟ ଆଣ୍ଡ କୋ । ଭାରତ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱହୀନ । ପ୍ରଥମ ମ୍ୟାଚରେ ଲଢୁଆ ଖେଳ ପ୍ରଦର୍ଶନ କରିବା ପରେ ପରବର୍ତୀ ତିନିଟି ମ୍ୟାଚ୍ ହାରିଯାଇଥିଲା ଭ୍ରମଣକାରୀ ଦଳ ।

ଟିମ୍ ଇଣ୍ଡିଆ ୩-୦ରେ ଆଗୁଆ ସିରିଜ୍ ଉପରେ କବଜା କରିନେଇଛି । ଫଳରେ ଏହି ମ୍ୟାଚ୍ ଜିତି ସମ୍ମାନ ବଂଚାଇବାକୁ ଚେଷ୍ଟା କରିବ ଇଂଲଣ୍ଡ । ସେପଟେ ଏକାଧିକ ରେକର୍ଡ ଅପେକ୍ଷାରେ ରହିଛି ଚେପକ୍ ଷ୍ଟାଡିଅମ୍ । ବିରାଟଙ୍କ ପାଇଁ ବି ଅପେକ୍ଷା କରିଛି ଚେନ୍ନାଇ । କୋହଲିଙ୍କ ପାଖରେ ଗାଭାସ୍କରଙ୍କୁ ଟପିବାର ସୁଯୋଗ ରହିଛି । ଆଜିର ମ୍ୟାଚରେ ଆହତ କାରଣରୁ ଖେଳିବେନି ଟିମ୍ ଇଂଲଣ୍ଡ ଫାଷ୍ଟବୋଲର ଜେମ୍ସ ଆଣ୍ଡରସନ୍ । ସେପଟେ ଅଶ୍ୱିନଙ୍କ ଏହା ଘରୋଇ ଗ୍ରାଉଣ୍ଡ । ତେଣୁ ସମସ୍ତଙ୍କ ନଜର ରହିବ ଟିମ୍ ଇଣ୍ଡିଆର ଏହି ସ୍ପିନରଙ୍କ ଉପରେ ।