ଅନ୍ଧବିଶ୍ୱାସରେ ଉବୁଡୁବୁ ମାଲକାନଗିରି ଜିଲ୍ଲା ! ପିଠିରେ କଂଟା ଫୋଡି ଦୌଡିରେ ଝୁଲୁଛନ୍ତି ପୂଜକ

41

କନକ ବ୍ୟୁରୋ : ଅନ୍ଧବିଶ୍ୱାସରେ ଉବୁଡୁବୁ ହେଉଛି ମାଲକାନଗିରି ଜିଲ୍ଲା । ଗୁଣି ଗାରେଡି ଓ ଦିଶାରୀ ପୂଜକ ପରେ ଏବେ ଆସ୍ଥା ନାଁରେ ଦେହରେ କଂଟା ଫୋଡିବା ସହ ନିଆଁରେ ଚାଲି ଓ ମାଟି ତଳେ ପୋତିହେବା ପରମ୍ପରା ଉପରେ ବିଶ୍ୱାସ କରୁଛନ୍ତି ଲୋକେ । ଜିଲ୍ଲାର ଏମ.ଭି. ୧୦୬ ଗାଁ ହିମଗିରି ବାବାଙ୍କ ଆଶ୍ରମରେ ଚାଲିଛି ଶାରିରୀକ ପୀଡାର ପରମ୍ପରା ।

ନିଜ ପିଠି ରେ କଂଟା ଫୋଡି ଦୌଡିରେ ଝୁଲୁଛନ୍ତି ପୂଜକ । ଧାରୁଆ ଖଣ୍ଡା ଉପରେ ମଧ୍ୟ ଛିଡା ହୋଇଛନ୍ତି ଭକ୍ତ । ସେହି ପରି ମାଟି ତଳେ ଘଂଟା ଘଂଟା ଧରି ପୋତି ହେଉଛନ୍ତି ଲୋକେ । ନିଆଁରେ ମଧ୍ୟ ଚାଲୁଛନ୍ତି ଭକ୍ତ । ଏମ.ଭି. ୧୦୬ ଗାଁରେ ଆସ୍ଥା ନାଁରେ ଚାଲିଛି ଏଭଳି କାର୍ଯ୍ୟକ୍ରମ । ପ୍ରତି ବର୍ଷ ବୌଶାଖ ମାସ ଶେଷ ରେ ଆୟୋଜିତ ହୋଇଥାଏ ଏହି ଚଡକ ଯାତ୍ରା । ଚଡକ ଯାତ୍ରାକୁ ଦେଖିବା ଲାଗି ଏମ.ଭି ୧୦୬ ଗାଁ ରେ ଲାଗିଛି ମାନସିକଧାରୀଙ୍କ ଭିଡ ।