ଗଣେଶ ମୂର୍ତି ବିସର୍ଜନ ବେଳେ ଓଲ୍ଡଟାଉନର ଗୋଷ୍ଠୀ ସଂଘର୍ଷ : କ୍ୟାମେରାରେ ଠେଙ୍ଗା ମାଡର ଲାଇଭ୍ ଚିତ୍ର

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କ୍ୟାମେରାରେ କଏଦ ହୋଇଛି ଭୁବନେଶ୍ୱର ଓଲ୍ଡଟାଉନ ଅଂଚଳ ଗୋଷ୍ଠୀ ସଂଘର୍ଷର ଚିତ୍ର । ଭଭୟ ପକ୍ଷ ପରସ୍ପର ଉପରକୁ ଆକ୍ରମଣ କରିବା ସମୟର ଲାଇଭ୍ ଚିତ୍ର ତୋଲିଧରିଛି ସିସିଟିଭି ।ମୁଥମାଡରେ କାହାର ମୁହଁଫାଟିଛି ତ ଠେଙ୍ଗାରେ କିଏ ଘାଇଲା ହୋଇଛି । ଏକପ୍ରକାର ରଣକ୍ଷେତ୍ର ପାଲଟିଯାଇଥିଲା ସମ୍ପୂର୍ଣ୍ଣ ଅଂଚଳ । ଗଣେଶ ମୂର୍ତି ବିସର୍ଜନ ବେଳେ ଓଲ୍ଡଟାଉନ ଅଚଂଳରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ସଂଘର୍ଷର ସୂତ୍ରପାତ ।

ଗୋଟିଏ ଗୋଷ୍ଠୀ ଏକ ଦୋକାନ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ପରେ ଦୋକାନ ମାଲିକ ଓ ତାଙ୍କ ସହଯୋଗୀ ପ୍ରତି ଆକ୍ରମଣ କରିବା ପାଇଁ ପଛାଇ ନଥିଲେ । ଏ ସଂର୍ଘର୍ଷରେ ୬ରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଗ୍ୟାନ ନଗର ଭୋଇସାହିର ଗଣେଶ ମେଢ଼ ବଢ଼େଇବାଙ୍କ ଛକ ଦେଇ ଯାଉଥିବା ବେଳେ ଏହି ଗଣ୍ଡଗୋଳ ଘଟିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତେଜନା ଲାଗି ରହିଥିଲା । ଘଟଣାସ୍ଥଳରେ ୫ ପ୍ଲାଟୁନ ପୁଲିସଫୋର୍ସ ମୁତୟନ ଅଛନ୍ତି ।