ସିବିଏସଇ ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗ : ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିବ ଅଭିଭାବକ ମହାସଂଘ

38

କନକ ବ୍ୟୁରୋ : ସିବିଏସଇ ପରୀକ୍ଷାରେ ହୋଇଥିବା ବିଭ୍ରାଟକୁ ନେଇ ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିବ ଅଭିଭାବକ ମହାସଂଘ । ୫ ଦଫା ଦାବି ନେଇ ମହାସଂଘ ଭେଟିବ । ୫ ଦଫା ଦାବି ସହ ଏହି ପରିପ୍ରେକ୍ଷୀରେ ହୋଇଥିବା ଦସ୍ତଖତ ଅଭିଯାନକୁ ମଧ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ବିଶେଷ କରି ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ,ମଡରେସନ ନୀତି ଲାଗୁ କରିବାକୁ ସଂଘ ଦାବି କରିବ ।

ସେହିପରି ପୁନଃ ମୂଲ୍ୟାୟନ ପାଇଁ ନିଆଯାଉଥିବା ଫି’କୁ ଛାଡ କରିବା, ବିଭ୍ରାଟରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ଆଡମିସନ କ୍ଷେତ୍ରରେ କୋହଳ କରିବା ଦାବି ରଖିବେ । ସେହିପରି ଏହି ବିଭ୍ରାଟର ଉଚ୍ଚସ୍ତରୀୟ ତଦନ୍ତ ସହ ଦାୟୀ ଅଧିକାରୀଙ୍କ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ମହାସଂଘ ଦାବି କରିବ ।