୩ ଲକ୍ଷ ଟଙ୍କାରୁ ଅଧିକ ନଗଦ କାରବାରରେ ଦେବାକୁ ପଡିବ ଜରିମାନା ! ଏପ୍ରିଲ ୧ରୁ ଲାଗୁ ହେବ ନୁଆ ନିୟମ

59

କନକ ବ୍ୟୁରୋ: ଚଳିତବର୍ଷ ବଜେଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଘୋଷଣା କରିଥିଲେ ତିନିଲକ୍ଷ ଟଙ୍କାରୁ ଅଧିକ ନଗଦ କାରବାର ଉପରେ କଟକଣା ଲଗାଯିବ । ଏ ସଂକ୍ରାନ୍ତରେ ରାଜସ୍ୱ ସଚିବ ହସମୁଖ ଆଧିଆ କହିଛନ୍ତି ଯେ ଏପ୍ରିଲ ୧ରୁ ଏହି ନୁଆ ନିୟମ ଲାଗୁ ହେବ । ତିନିଲକ୍ଷ ଟଙ୍କାରୁ ଅଧିକ କାରବାର ଉପରେ ଶତ ପ୍ରତିଶତ ଟିକସ ଲାଗୁ ହେବ ।

ଯଦି ଜଣେ ବ୍ୟକ୍ତି ନଗଦ ଆକାରରେ ୪ ଲକ୍ଷ ଟଙ୍କା କାରବାର ବେଳେ ଗ୍ରହଣ କରନ୍ତି ତେବେ ତାଙ୍କୁ ୪ ଲକ୍ଷ ଟଙ୍କା ଜରିମାନ ଦେବାକୁ ପଡିବ । ସେହିପରି ଯଦି କୋ÷÷ଣସି ବ୍ୟକ୍ତି ନଗଦ ଟଙ୍କା ଦେଇ ଦାମୀ ଦ୍ରବ୍ୟ ବି କିଣିବେ ତେବେ ଦୋକାନୀଙ୍କୁ ଜରିମାନା ଦେବାକୁ ପଡିବ । ନଗଦ ଅର୍ଥ କାରବାରକୁ ନିରୁତ୍ସାହିତ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଏହି ନିୟମ ବ୍ୟାଙ୍କ, ଡାକଘର, ସମବାୟ ସଂସ୍ଥା ଓ ସରକାରଙ୍କ ଉପରେ ଲାଗୁ ହେବ ନାହିଁ ।