ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ! ଫ୍ଲାଏଓଭର ଭୁଶୁଡିବା ଘଟଣାରେ ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

39

କନକ ବ୍ୟୁରୋ : ଆଜି ସଂଧ୍ୟାରେ ବସିପାରେ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁଥିବା ଏହି ବୈଠକରେ ନିର୍ଦ୍ଦିଷ୍ଟ କି ଏଜେଣ୍ଡା ଅଛି ତହାକୁୁ ଗୁପ୍ତ ରଖାଯାଇଛି । ତେବେ ବମିଖାଲ ଫ୍ଲାଏଓଭର ଭୁଶୁଡିବା ଘଟଣାରେ ସରକାର କିଛି ବଡ ନିଷ୍ପତି ନେଇ ପାରନ୍ତି । ଏପରିକି ସଂପୃକ୍ତ ସଂସ୍ଥାକୁ କଳାତାଲିକା ଭୁକ୍ତ କରି ଟେଣ୍ଡର ବାତିଲ କରାଯାଇପାରେ । ଯେହେତୁ ଫ୍ଲାଏଓଭର ଭୁଶୁଡିବା ପରେ ଏହି କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ତେଣୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଏହାବ୍ୟତୀତ ବ୍ଲକଗ୍ରାଣ୍ଟ ଉଚ୍ଛେଦ, ସର୍ବନିମ୍ମ ଦରମା ହାର ନିର୍ଧାରଣ ପ୍ରସଙ୍ଗ ଆଦି କ୍ୟାବିନେଟ ଏଜେଣ୍ଡାରେ ସ୍ଥାନ ପାଇପାରେ ।