ଅଶାନ୍ତ ଭିମସାର : ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ବୁର୍ଲା ମେଡିକାଲ୍ ପିଜି ଛାତ୍ର

29

କନକ ବ୍ୟୁରୋ : ଅଶାନ୍ତ ଭିମସାର । ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ବୁର୍ଲା ମେଡିକାଲ୍ ପିଜି ଛାତ୍ର । ପୋଲିସ ସୁରକ୍ଷା ଯୋଗାଇଦେବା ସହ ଭିମସାର ଅଧ୍ୟକ୍ଷ ଆସି ତାଙ୍କ ସହ ଆଲୋଚନା କରନ୍ତୁ ବୋଲି ମେଡିକାଲ୍ ଛାତ୍ର ଦାବି କରିଛନ୍ତି । ସ୍ୱାସ୍ଥ୍ୟସେବା ବନ୍ଦ କରିବା ସହ କଲେଜ୍ ମୁଖ୍ୟ ଫାଟକରେ ଛାତ୍ରମାନେ ଧାରଣାରେ ବସିଛନ୍ତି।

ସେପଟେ ଆସନ୍ତାକାଲି ୧୨ ଘଂଟିଆ ବୁର୍ଲା ବନ୍ଦ ଡାକରା ଦେଇଛନ୍ତି ବୁର୍ଲାବାସୀ । ଭିମସାର ଅଧ୍ୟକ୍ଷଙ୍କ ଘର ଉପରକୁ ପଥରମାଡ କରିଥିବା  ଅଭିଯୁକ୍ତ ପିଜି ଡାକ୍ତରଙ୍କୁ ଗିରଫ କରିବାକୁ ଦାବି ହୋଇଛି । ଅନ୍ୟପଟେ ଅଘଟଣ ଆଶଙ୍କାରେ ଭିମସାର କଲେଜ, ମେଡିକାଲ ଓ ହଷ୍ଟେଲକୁ ପୁଲିସ ଛାଉଣୀ କରାଯାଇଛି । ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ଘର ଆଗରେ ମଧ୍ୟ ୮ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି । ଏହାରି ଭିତରେ ରୋଗୀ ସଂପର୍କୀୟଙ୍କୁ ମାଡ ମାରିବା ବେଳର ସିସିଟିଭି ଫୁଟେଜର ହାର୍ଡଡିସ୍କ ଜବତ କରିଛି ପୁଲିସ । ଭିଡିଓ ଫୁଟେଜ ଡିଲିଟ୍ ହୋଇଥିବାରୁ ରାଜ୍ୟ ବାହାରକୁ ହାର୍ଡଡିସ୍କ ପଠାଯାଇଛି ।