ବୁର୍ଲା ବଡ଼ ମେଡ଼ିକାଲରେ ରୋଗୀଙ୍କୁ ସଂକ୍ରମିତ ରକ୍ତ ଦିଆଯାଇଥିବା ଘଟଣାର ଭିନ୍ନ ମୋଡ଼

32

ସମ୍ବଲପୁର ବ୍ୟୁରୋ ,କନକ ନ୍ୟୁଜ୍ : ବୁର୍ଲା ବଡ଼ ମେଡ଼ିକାଲରେ ଦୁଇ ଜଣ ରୋଗୀଙ୍କୁ ସଂକ୍ରମିତ ରକ୍ତ ଦିଆଯାଇଥିବା ଘଟଣା ଏକ ଭିନ୍ନ ମୋଡ଼ ନେଇଛି । ବ୍ରଜରାଜନଗରର ଜଣେ ରୋଗୀ ବୁର୍ଲା ମେଡ଼ିକାଲର ସର୍ଜରୀ ୱାର୍ଡ଼ରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ତାଙ୍କର ସମ୍ପର୍କୀୟ ରକ୍ତ ଦେଇଥିଲେ ଆଉ ଏହି ରକ୍ତକୁ ନେଇ ଦେଖାଦେଇଥିଲା ବିବାଦ । ରକ୍ତଭଣ୍ଡାର ୱେବସାଇଟରେ ଏହି ରକ୍ତକୁ ହେପାଟାଇଟିସ-ସି ରକ୍ତ ବୋଲି ଦର୍ଶାଯାଇଥିଲା । ବିଭିନ୍ନ ଗଣ ମାଧ୍ୟମ ମଧ୍ୟ ଏହି ରିପୋର୍ଟକୁ ନେଇ ବିଭ୍ରାନ୍ତିକର ତଥ୍ୟ ଲୋକଲୋଚନକୁ ଆସିଥିଲେ ।ଯାହା ଫଳରେ ବୁର୍ଲା ମେଡ଼ିକାଲର ଅଧିକ୍ଷକ ଏକ ଚାରି ଜଣିଆ ଟିମକୁ ଏହାର ତଦନ୍ତ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି । ଅନ୍ୟପଟେ ବ୍ରଜରାଜନଗର ରୋଗୀଙ୍କୁ ଯେଉଁ ରକ୍ତ ଦିଆଯାଇଥିଲା ସେ ରକ୍ତ ସଂପୂର୍ଣ୍ଣ ଠିକ ରହିଛି ବୋଲି ଆଜି ଏଲିସା ରିପୋର୍ଟରୁ ଜଣାପଡ଼ିଛି । ଅନ୍ୟପଟେ ସମ୍ବଲପୁର ବିଧାୟିକା ମଧ୍ୟ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ରକ୍ତ ଭଣ୍ଡାରରୁ କିପରି ଏହି ରିପୋର୍ଟ ସର୍ବ ସାଧାରଣ ହେଲା ତାକୁ ତଦନ୍ତ କରାଯିବ ବୋଲି ସେ କହିବା ସହ ଲୋକଙ୍କୁ ସଠି୍କ ଖବର ଜଣାଇବା ପାଇଁ ମଧ୍ୟ କହିଛନ୍ତି । ଆଜି ଏଲିସା ଟେଷ୍ଟରେ ଗୋଟିଏ ରିପୋର୍ଟ ନେଗେଟିଭ ଆସିଛି ଏବେ ଅପେକ୍ଷା ରହିଛି ଆଉ ଗୋଟିଏ ରିପୋର୍ଟକୁ । ସେ ରିପୋର୍ଟ ଆସିଲା ପରେ ସତ୍ୟତା ସମସ୍ତଙ୍କ ସମ୍ମୁଖକୁ ଚାଲିଆସିବ ବୋଲି ବୁର୍ଲା ମେଡ଼ିକାଲ ଅଧ୍ୟକ୍ଷ କହିଛନ୍ତି ।