ବିଏସଏନଏଲ୍ ବ୍ୟବହାରକାରୀଙ୍କ ପାଇଁ ଖୁସିଖବର । ଗ୍ରାହକଙ୍କ ପାଇଁ ଜବରଦସ୍ତ ଅଫର ଘୋଷଣା କରିଛି କମ୍ପାନୀ । ତେବେ ଏହା ଦେଶରେ ଚାଲୁଥିବା ସମସ୍ତ ଡାଟା ପ୍ଲାନ୍ ଠାରୁ ଶସ୍ତା ବୋଲି ଶୁଣିବାକୁ ମିଳୁଛି । ବିଏସଏନଏଲ୍ ୪୪୪ ଟଙ୍କାରେ ନୂଆ ପ୍ଲାନ୍ ଲଞ୍ଚ୍ କରିଛି । ଏହି ପ୍ଲାନ୍ ଜରିଆରେ ୯୦ଦିନ ପର୍ଯ୍ୟନ୍ତ ଅସୀମିତ ଇଣ୍ଟରନେଟ୍ ଡାଟା ବ୍ୟବହାର କରି ପାରିବେ ।
ତେବେ ଏଥିରେ କେବଳ ଏକ ସର୍ତ୍ତ ରଖାଯାଇଛି ଯେ, ବ୍ୟବହାରକାରୀଙ୍କୁ ପ୍ରତିଦିନ ୩ଜି ସ୍ପିଡ୍ରେ ୪ଜିବି ଡାଟା ମିଳିବ । ୪ଜିବି ଲିମିଟ୍ ଶେଷ ହେବା ପରେ ଇଣ୍ଟରନେଟ୍ ସ୍ପିଡ୍ କମ୍ ହୋଇଯିବ । ସ୍ପିଡ୍ ହ୍ରାସ ପାଇ ୮୦କେବିପିଏସ୍ ରହିବ । ଏହି ପ୍ଲାନରେ ବ୍ୟବହାରକାରୀ ୧.୨୩ ଟଙ୍କାରେ ୧ଜିବି ୩ଜି ଡାଟାର ସୁବିଧା ଉଠାଇ ପାରିବେ।
Comments are closed.