ବ୍ରହ୍ମପୁରରେ ସଟ୍ଟା ବଜାର ! ଚମ୍ପିୟନ୍ସ ଟ୍ରଫି ପାଇଁ ବେଟିଂ , ୫ଗିରଫ

21

କନକ ବ୍ୟୁରୋ : ବ୍ରହ୍ମପୁରରେ କ୍ରିକେଟ୍ ବେଟିଂ । ସହରର ବଡବଜାରର ବିଭିନ୍ନ ସ୍ଥାନରେ ପୁଲିସ୍ ଚଢାଉ କରି କ୍ରିକେଟ ବେଟିଂ କରୁଥିବା ୫ଜଣଙ୍କୁ ଗିରଫ କରିଛି ପୁଲିସ୍ । ଏହାସହ ୭ଲକ୍ଷ ଟଙ୍କା ଓ ୧୦ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି । ଗତ କିଛି ଦିନ ତଳେ ଆଇପିଏଲରେ ସଟ୍ଟା ଲଗାଉଥିବାବେଳେ ଏବେ ଚାମ୍ପିୟନ୍ସ ଟ୍ରଫିରେ ସଟ୍ଟା ଲଗାଯାଉଥିବା ନେଇ ପୁଲିସ୍ ସୂଚନା ପାଇଥିଲା । ଏହାକୁ ରୋକିବା ପାଇଁ ବ୍ରହ୍ମପୁର ପୁଲିସ୍ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏହି ଚଢାଉ କରାଯାଇଥିଲା ।