ବକୁଳବନକୁ ନେଇ ବଢିଲା ବ୍ୟାକୁଳତା ! ମୂର୍ତ୍ତି ଭାଙ୍ଗି ଗିରଫ ହୋଇଥିବା ଦୁର୍ବୃତ୍ତଙ୍କୁ ଦେଶଦ୍ରୋହ ମାମଲାରେ ଯୋଡିବାକୁ ଦାବି

130

କନକ ବ୍ୟୁରୋ : ଐତିହାସିକ ବକୁଳବନ ଏବେ ଅବହେଳିତ ଅବସ୍ଥାରେ ପଡିରହିଛି । କେତେବେଳେ ମହାପୁରୁଷଙ୍କ ମୁର୍ତ୍ତି ଭଂଗାଯାଉଛି ତ ପୁଣି କେତେବେଳେ ପଂଚସଖାଙ୍କ ମୁର୍ତ୍ତି ଚୋରୀ ହୋଇଯାଉଛି । ଆଉ ଏହି ଘଟଣାରେ ଏବେ ପୋଲିସ ୧୧ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେଏହି ଅଭିଯୁକ୍ତଙ୍କୁ ଜାମିନ ନ ଦେବାପାଇଁ ପୁରୀ ଓକିଲ ସଂଘ ଓ ବିଚାରପତିଙ୍କୁ ଅନୁରୋଧ କରିଛି ସଚେତନ ନାଗରିକ ମଂଚ ।

କିଛିଦିନ ତଳେ ଦୃବୁର୍ତ୍ତମାନେ ପୁରୀର ବକୁଳବନରେ ଥିବା ପଂଚସଖାଙ୍କ ୨ଟି ମୁର୍ତ୍ତିକୁ ଭାଂଗିବା ସହ ଚୋରୀ କରି ନେଇଯାଇଥିଲେ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ମୁର୍ତ୍ତିକୁ ଚୋରୀ କରିବା ସହ ଆଚାର୍ଯ୍ୟ ହରିହରଙ୍କ ମୁର୍ତ୍ତିକୁ ଏହି ଦୃବୁର୍ତ୍ତମାନେ ଭାଂଗିଦେଇଥିଲେ । ତେବେ ଏହି ଦୃବୁର୍ତ୍ତଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ସହ କଠୋରଦଣ୍ଡ ଦେବାକୁ ସ୍ୱାଧୀନତା ସଂଗ୍ରାମୀ ଦାବି କରିଛନ୍ତି ।

ଅନ୍ୟପଟେ ବକୁଳବନର ସୁରକ୍ଷା ତଥା ଉନ୍ନତିକରଣ କରିବା ପାଇଁ ନିଜେ ପଦକ୍ଷେପ ନେବେ ବୋଲି କୃଷିମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି । ଅନ୍ୟପଟେ ଜିଲା ସଂସ୍କୃତି ଅଧିକାରୀ ପ୍ରତିମୁର୍ତି ପୁନସ୍ଥାପନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବାର କହିଛନ୍ତି ।

ସ୍ୱାଧୀନତା ସଂଗ୍ରାମରେ ମଣିଷ ତିଆରି କାରଖାନା ଥିଲା ବକୁଳବନ । ଆଉ ମହାପୁରୁଷମାନଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ଦୃଢ ପଦେକ୍ଷପ ନେବାର ସମୟ ଆସିଛି ।