ଅଶାନ୍ତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ : ଅନିର୍ଦ୍ଧିଷ୍ଟ ସମୟ ପାଇଁ ସାଇନ-ଏ-ଡାଏ ଘୋଷଣା,ତୁରନ୍ତ ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ

27

କନକ ବ୍ୟୁରୋ : ଭଂଜବିହାରରେ ନିର୍ବାଚନ ବାତିଲ ପରେ ଅଶାନ୍ତ ହୋଇପଡିଛି କ୍ୟାମ୍ପସ । ଆଜି ବ୍ରହ୍ମପୁର ୟୁନିର୍ଭସିଟିରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସାଇନ-ଏ-ଡାଏ ଘୋଷଣା କରାଯାଇଛି । ଏଥିସହ ସକାଳ ୧୦ଟା ସୁଦ୍ଧା ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କାଲି ପ୍ରାର୍ଥୀପତ୍ର ନାକଚକୁ ନେଇ ଛାତ୍ରମାନେ ପାଟିତୁଣ୍ଡ କରି ଧାରଣାରେ ବସିଥିଲେ । କିଛି ସମୟ ପରେ ପିଜି କାଉନସିଲ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଥିଲେ ।

ଏପରିକି ପିଜି କାଉନସିଲ ଅଧ୍ୟକ୍ଷା ଓ ୟୁନିର୍ଭସିଟିର ବହୁ ଅଧିକାରୀଙ୍କୁ ତାଲା ପକାଇ ରଖିଥିଲେ ଉତ୍ୟକ୍ତ ଛାତ୍ରମାନେ । କ୍ୟାମ୍ପସ ପରିସରରେ ଟାୟାର ଜାଳି ଉତ୍ୟକ୍ତ ଛାତ୍ରମାନେ ପ୍ରତିବାଦ ବି କରିଥିଲେ । ରାତିରେ କୁଳପତିଙ୍କ ବାସଭବନ ଆଗରେ ଧାରଣାରେ ବସିଥିଲେ ଉତ୍ୟକ୍ତ ଛାତ୍ର । କ୍ୟାମ୍ପସ ପରିସରରେ ଉତେଜନାକୁ ଆଖିରେ ରଖି ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଛାତ୍ରମାନେ କ୍ୟାମ୍ପସରେ ଭଙ୍ଗାରୁଜା କରିଥିବା ବେଳେ ବଢୁଥିବା ଉତେଜନାକୁ ଆଖିରେ ରଖି ନିର୍ବାଚନ ବାତିଲ ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।