ବ୍ରହ୍ମପୁର : ପୂର୍ବତନ ମେୟର ଶିବଶଙ୍କର ଦାସ ଜାମିନ ପାଇ ଜେଲରୁ ମୁକୁଳିଲେ

25

କନକ ବ୍ୟୁରୋ : ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ ଜାମିନ ପାଇ ଆଜି ଜେଲରୁ ମୁକୁଳିଛନ୍ତି । ଗତ ବର୍ଷ ଜୁଲାଇରେ ସେ ଦିଲ୍ଲୀରୁ ଗିରଫ ହୋଇଥିଲେ । ତାଙ୍କ ବିରୋଧରେ ଦାଦାବଟି, ଜମିହଡପ, ହତ୍ୟା ଉଦ୍ୟମ ଭଳି ୩୭ଟି ମାମଲା ରୁଜୁ ହୋଇଥିଲା । ଏବେ ସମସ୍ତ ମାମଲାରେ ତାଙ୍କୁ ହାଇକୋର୍ଟ ଓ ସୁପ୍ରିମକୋର୍ଟରୁ ଜାମିନ ମିଳିଛି । ଶିବଶଙ୍କର ଦାସ ଜେଲରୁ ମୁକୁଳିବା ପ୍ରତିକରିୟା ଦେଇ କହିଛନ୍ତି, ସେ ରାଜନୈତିକ ଆକ୍ରୋଶର ଶିକାର ହୋଇଥିବା କହିଛନ୍ତି ।