ଜଗତସିଂହପୁର ନିର୍ମାଣଧିନ ସେତୁ ନିକଟରେ ବୋମା ବିସ୍ଫୋରଣ

16

ଜଗତସିଂହପୁର : ଜଗତସିଂହପୁର ବିରିଡି ଥାନା ଅନ୍ତର୍ଗତ କାହାଳିଆପୁର ଠାରେ ନିର୍ମାଣଧିନ ସେତୁ ନିକଟରେ ଅଘଟଣ । କଲଭର୍ଟ କାମ ଚାଲିଥିବା ବେଳେବୋମା ବିସ୍ଫୋରଣ ହୋଇଛି । ଏଥିରେ ଜଣେ ମହିଳା ଶ୍ରମିକ ଆହତ ହୋଇଛନ୍ତି । ତେବେ ପ୍ରଥମେ ଆହତ ଶ୍ରମିକଙ୍କୁ ଜଗତସିଂହପୁର ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । କେହି ଦୁର୍ବୃତ ଗଦା ହୋଇଥିବା ରଡ ତଳେ ବୋମା ଲୁଚାଇ ରଖିଥିବା ନେଇ ଅଭିଯୋଗ ହେବା ପରେ ପୁଲିସ ତନାଘନା ଚଳାଇଛି ।

ଏହା ସହ ନୂଆପଡା ଏସପିଙ୍କ ଗଙ୍ଗାଜଲ ଷ୍ଟାଇଲ୍