ଅଭିନୟରେ ଏମାନେ ସଫଳତାର ଶୀର୍ଷରେ , କିନ୍ତୁ ପାଠପଢାରେ ଖୁବ୍ ପଛରେ ! ଆସନ୍ତୁ ଜାଣିବା ଏମିତି କିଛି ବଲିଉଡ କଳାକାରଙ୍କ ବିଷୟରେ

52

ବଲିଉଡରେ ନିଜର ପ୍ରଖ୍ୟାତ ଅଭିନୟ ମାଧ୍ୟମରେ କୋଟି କୋଟି ଦର୍ଶକଙ୍କ ହୃଦୟକୁ ଜିତିଥିବା କଳାକାରମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଗ୍ରାଜୁଏସନ ମଧ୍ୟ ଶେଷ କରିନାହାନ୍ତି । ଖାଲି ଏତିକି ନୁହେଁ କିଛି କଳାକାର ଗ୍ରାଜୁଏସନ ତ ଦୂରର କଥା ବରଂ ସେମାନେ ସ୍କୁଲିଂ ମଧ୍ୟ ସମାପ୍ତ କରିନାହାନ୍ତି । କିନ୍ତୁ ଏସବୁ ପରେ ମଧ୍ୟ ସେମାନେ ସଫଳତାର ଶୀଖରକୁ ଛୁଇଁ ପାରିଛନ୍ତି । ଆସନ୍ତୁ ଜାଣିବା ସେହି କଳାକାର ମାନଙ୍କ ବିଷୟରେ ।

ଆମୀର ଖାନ-
ଅଭିନୟରରେ ଦର୍ଶକଙ୍କୁ ମତୁଆଲା କରୁଥିବା ମିଷ୍ଟର ପରଫେକସନିଷ୍ଟ ଆମୀର ଖାନ ତାଙ୍କର ଫର୍ମାଲ ଏଜୁକେସନ ମୁମ୍ବାଇର ନର୍ସି ମଂଜି କଲେଜରେ ଯୁକ୍ତ ଦୁଇ ସମାପ୍ତ କରିଛନ୍ତି । ସବୁବେଳେ ନିଆରା ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନକୁ କିଣି ପାରିଛନ୍ତି । ଚଳଚ୍ଚିତ୍ର ଜଗତର ଜଣେ ପ୍ରତିଷ୍ଠିତ କଳାକାର ଭାବରେ ସୁନାମ ଅର୍ଜନ କରିଥିବା ଏହି ଅଭିନେତା ଜଣେ ଭିନ୍ନ ଖିଆଲର ମଣିଷ ଭାବରେ ବେଶ୍ ପରିଚିତ ।

ସଲମାନ ଖାନ-
ବଲିଉଡର ଅଣ୍ଡର ଗ୍ରାଜୁଏଟ କଳାକାର ମାନଙ୍କ ମଧ୍ୟରେ ପ୍ରଖ୍ୟାତ ଅଭିନେତା ଦବଙ୍ଗ ଖାନଙ୍କ ନାମ ମଧ୍ୟ ଯୋଡ଼ି ହୋଇ ରହିଛି । ସେ ଅଭିନୟ ଦ୍ୱାରା ନିଜ ସ୍ୱପ୍ନକୁ ସାକାର କରିବାକୁ ଚାହୁଁଥିଲେଏବଂ ବାନ୍ଦ୍ରାର ନ୍ୟାସନାଲ କଲେଜରୁ ବାହାରି ଆସିଥିଲେ । ସଲମାନ ତାଙ୍କର ସ୍କୁଲିଂ ମୁମ୍ବାଇର ବାନ୍ଦ୍ରାସ୍ଥିତ ସେଂଟ ଷ୍ଟାନିସ୍ଲସ ହାଇସ୍କୁଲ ଏବଂ ଗ୍ୱାଲିଅରର ସିଣ୍ଡିଆ ସ୍କୁଲରେ ସମାପ୍ତ କରିଥିଲେ ।

କରିସ୍ମା କପୁର-
ବଲିଉଡର ଖୁବ ସଫଳତମ ଅଭିନେତ୍ରୀ ମାନଙ୍କ ମଧ୍ୟରୁ କରିସ୍ମା କପୁର ଜଣେ । କରିସ୍ମା ୧୬ ବର୍ଷ ବୟସରେ ବଲିଉଡରେ ଫିଲ୍ମ ‘ପ୍ରେମ କଏଦୀ’ରେ ଡେବ୍ୟୁ କରିଥିଲେ । ସେ ଷଷ୍ଠ ଶ୍ରେଣୀରୁ ପାଠ ପଢା ଛାଡ଼ିଥିଲେ । କଥାଟି ଆଶ୍ଚର୍ଯ୍ୟଜନକ ହେଲେ ମଧ୍ୟ ସଂପୂର୍ଣ୍ଣ ସତ୍ୟ ।

ଐଶ୍ୱର୍ଯ୍ୟାରାୟ-
ମିସ୍ ୱାର୍ଲଡ ଐଶ୍ୱର୍ଯ୍ୟା ରାୟ ଜଣେ ବ୍ରିଲିୟାଂଟ ଷ୍ଟୁଡେଂଟ ଥିଲେ ଏବଂ ସେ ଏଚଏସସି ପରୀକ୍ଷାରେ ୯୦ ପ୍ରତିଶତ ସଂଖ୍ୟା ରଖିଥିଲେ । ସେ ଜଣେ ବାସ୍ତୁକାର ହେବାକୁ ଚାହୁଁଥିଲେ, ସେଥିପାଇଁ ସେ ରହେଜା କଲେଜ ଅଫ ଆର୍ଟସରେ ନିଜେ ନାମାଙ୍କନ କରିଥିଲେ କିନ୍ତୁ ମଡେଲିଂରେ କ୍ୟାରିଅର କରିବାକୁ ଚାହୁଁଥିବାରୁ ପଢା ଛାଡ଼ି ଦେଇଥିଲେ ।

ଦୀପିକା ପାଦୁୁକୋନ-
ବଲିଉଡର ଶାନ୍ତିପ୍ରିୟା ଭାବରେ ପରିଚିତ ଦୀପିକା ପାଦୁକୋନ ସୋଫିଆ ହାଇ ସ୍କୁଲ ଏବଂ ମାଉଂଟ କାର୍ମେଲ କଲେଜରେ ହାଇ ସ୍କୁଲ ପଢା ସମାପ୍ତ କରିଥିଲେ । ଦୀପିକା ଇଗ୍ନୁ କଲେଜରୁ ବାହାରି ଆସିଥିଲେ ଯେଉଁଠାରେ ସେ ମଡେଲିଂରେ ଧ୍ୟାନ ଦେବାପାଇଁ ବ୍ୟାଚଲର ଅଫ ଆର୍ଟସର ଡିଗ୍ରୀ ପାଇଁ ଆବେଦନ କରିଥିଲେ ।

ପ୍ରିୟଙ୍କା ଚୋପ୍ରା-
ଖୁବ କମ ବୟସରେ ପ୍ରିୟଙ୍କା ବିଦେଶୀ ଅଭିନେତ୍ରୀ ଗାୟିକା ଭାବରେ ସଫଳତା ହାସଲ କରି ପାରିଛନ୍ତି । ସେ ୨୦୦୦ ମସିହାରେ ମିସ ୱାର୍ଲଡର ତାଜ ପିନ୍ଧିଥିଲେ ଏବଂ ପ୍ରସିଦ୍ଧ ହୋଇ ପାରିଥିଲେ । ଏହାପରେ ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ ଏବଂ ଧୀରେ ଧୀରେ ପଢାଠାରୁ ଦୂରେଇ ଯାଇଥିଲେ । ସେ ଅପରାଧ ମନୋବୈଜ୍ଞାନିକ ହେବାକୁ ଚାହୁଁଥିବାରୁ ଆଗକୁ ପଢିଥିଲେ ।

ଆଲିଆ ଭଟ୍ଟ-
କମ୍ ବର୍ଷୀୟା ସୁପରଷ୍ଟାର ଆଲିଆ ଭଟ୍ଟ ୨୦୧୧ରେ ଜମ୍ନାବାଈ ନର୍ସି ସ୍କୁଲରେ ନିଜର ସ୍କୁଲିଂ ସମାପ୍ତ କରିଥିଲେ । ୨୦୧୨ରେ ଫିଲ୍ମ ଷ୍ଟୁଡେଂଟ ଅଫ ଦ ଇୟରରେ ବଲିଉଡରେ ଡେବ୍ୟୁ କରିଥିଲେ । ଫିଲ୍ମ କ୍ୟାରିଅର ଯୋଗୁଁ ସେ ପଢାଠାରୁ ଦୂରେଇ ଯାଇଛନ୍ତି । ତେବେ ଶିକ୍ଷାରେ ଆଗକୁ ବଢିବା ପାଇଁ ଆଲିଆଙ୍କ ପାଖରେ ଖୁବ ଅଧିକ ସମୟ ରହିଛି।