ଚର୍ଚ୍ଚାରେ ଅନୁଷ୍କାଙ୍କ ‘ବିରାଟ୍’ ସମ୍ପତି ! ଦୁଇ ପ୍ରେମ ପକ୍ଷୀଙ୍କ ବିଶାଳ ବ୍ୟବସାୟ ସାମ୍ରାଜ୍ୟ

67

ଡିସେମ୍ବର ୧୨ ତାରିଖରେ ଇଟାଲୀର ମିଲାନ୍ ସହରରେ ହୋଇପାରେ ବିରାଟ ଓ ଅନୁଷ୍କାଙ୍କ ବାହାଘର । ଅନୁଷ୍କା ଶର୍ମାଙ୍କ ପ୍ରବକ୍ତା ଏହି ଖବରକୁ ଖଣ୍ଡନ କରିଥିବା ସତ୍ୱେ ବିବାହକୁ ନେଇ ସସପେନ୍ସ ଜାରି ରହିଛି । ବିବାହ ଖବର ସର୍ବାଧିକ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିରାଟ ଅନୁଷ୍କାଙ୍କ ସମ୍ପତିକୁ ନେଇ ଆରମ୍ଭ ହୋଇଛି ଆଲୋଚନା । କୁହାଯାଉଛି ଉଭୟଙ୍କ ନିକଟରେ ପ୍ରାୟ ୬୧୦ କୋଟି ଟଙ୍କାର ସମ୍ପତି ରହିଛି ।

ବ୍ୟକ୍ତିଗତ ଜୀବନରେ ବିରାଟ – ଅନୁଷ୍କା ଯେତେ ସଫଳ ପେଶାଦାର ଜୀବନରେ ବି ଉଭୟ ଛୁଇଁପାରିଛନ୍ତି ସଫଳତାର ଶିଖର । ଉଭୟଙ୍କର ବିଳାସପୂର୍ଣ୍ଣ ଗାଡ଼ି କଥା ଯଦି କେବଳ ନିଆଯାଏ ହିସାବକୁ ତେବେ ଦୁହିଁଙ୍କ ପାଖରେ ୧୬ କୋଟି ଟଙ୍କାର ଗାଡ଼ି ରହି ଥିବା କୁହାଯାଉଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଫିଲ୍ମ ପିଛା ଅନୁଷ୍କା ୫ କୋଟି ଟଙ୍କା ନେଉଥିବା ବେଳେ ବିଜ୍ଞାପନ ପାଇଁ ୪ କୋଟି ନେଇଥାନ୍ତି । ଏହା ବ୍ୟତୀତ ଅନୁଷ୍କା ଶର୍ମାଙ୍କ ବ୍ୟକ୍ତିଗତ ନିବେଶ ପରିମାଣ ୩୬ କୋଟି ଟଙ୍କା ଥିବାର କୁହାଯାଇଛି । ଅନୁଷ୍କା ଶର୍ମାଙ୍କ ପାଖରେ ୫ କୋଟି ଟଙ୍କାର ଗାଡ଼ି ଥିବା ଜଣା ପଡ଼ିଛି । ଅନୁଷ୍କାଙ୍କ ସମୁଦାୟ ସମ୍ପତି ହିସାବ କଲେ ଏହା ପ୍ରାୟ ୨୨୦ କୋଟି ଟଙ୍କା ହେବ । ବିଗତ କିଛି ବର୍ଷରେ ତାଙ୍କ ଆୟ ୩୦ ପ୍ରତିଶତ ହାରରେ ବୃଦ୍ଧି ପାଇଥିବା କୁହାଯାଇଛି । ଅନୁଷ୍କା ଶର୍ମାଙ୍କ ବାର୍ଷିକ ଆୟରେ ପ୍ରାୟ ୧୮ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ।

ପେଶାଦାର ଜୀବନରେ ଅନୁଷ୍କାଙ୍କଠାରୁ ଅଧିକ ସଫଳ ବିରାଟ୍ କୋହଲି । ବିରାଟଙ୍କ ବ୍ୟକ୍ତିଗତ ନିବେଶ ପରିମାଣ ୪୨ କୋଟି ଟଙ୍କା ଥିବା ବେଳେ ତାଙ୍କ ପାଖରେ ରହିଛି ୬ଟି ବିଳାସପୂର୍ଣ୍ଣ ଗାଡ଼ି । ବିରାଟଙ୍କ ପାଖରେ ୯ କୋଟି ଟଙ୍କାର ଗାଡ଼ି ରହିଥିବା କୁହା ଯାଇଛି । ବିଜ୍ଞାପନ ବଜାରରେ ଉଭୟଙ୍କର ଚାହିଦା ଅଧିକ ଥିବାରୁ ଏକାଧିକ ବିଜ୍ଞାପନ ନିର୍ମାତା ପସନ୍ଦ କରିଥାନ୍ତି ବିରାଟ କୋହଲି ଓ ଅନୁଷ୍କା ଶମାଙ୍କ ସଫଳ ଯୋଡ଼ିକୁ ।

ଡିସେମ୍ବର ୧୨ରେ ହେବାର ସର୍ବାଧିକ ସମ୍ଭାବନା

୨୦୧୩ ମସିହାରେ ଏକ ବିଜ୍ଞାପନର ସୁଟିଂରେ ପରସ୍ପର ସହ ହୁଏ ପ୍ରଥମ ଦେଖା । ଏହାପରେ ପରସ୍ପରର ବନ୍ଧୁ ପାଲଟିଯାନ୍ତି ଦୁହେଁ । ସମ୍ପର୍କରେ ଘନିଷ୍ଠତା ବୃଦ୍ଧି ପାଇବା ପରେ ପରସ୍ପରକୁ ହୃଦୟ ଦେଇବସନ୍ତି କୋହଲି ଓ ଅନୁଷ୍କା । ୨୦୧୪ ମସିହା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଟିମ୍ ଇଣ୍ଡିଆର ଖେଳାଳୀଙ୍କ ସହ କୋହଲି ଆସନ୍ତି ମୁମ୍ବାଇ । ବିଶ୍ରାମ ନେବାକୁ ବାକି ଖେଳାଳୀ ହୋଟେଲକୁ ଯିବାବେଳେ କୋହଲି ବିଶ୍ରାମ ନେବାକୁ ଯାଆନ୍ତି ଅନୁଷ୍କାଙ୍କ ଆପାର୍ଟମେଂଟରେ । ଏହାପରେ ପ୍ରାଇଭେଟ୍ ପାର୍ଟିରୁ ଆରମ୍ଭ କରି କ୍ରିକେଟର୍ ବନ୍ଧୁମାନଙ୍କର ମ୍ୟାରେଜ୍ ଫଙ୍କସନ୍ ଯାଏଁ ସବୁଠାରେ ଏକାଠି ଦେଖିବାକୁ ମିଳେ କୋହଲି ଓ ଅନୁଷ୍କାଙ୍କୁ । ମ୍ୟାଚବିଜୟୀ ଇନିଂସ ଖେଳି ବ୍ୟାଟ୍ ଉଠାଇ ଅନୁଷ୍କାଙ୍କୁ ଫ୍ଲାଇଂ କିସ୍ ଦେବା ଚର୍ଚ୍ଚିତ କରେ ପ୍ରେମକାହାଣୀକୁ । ବିବାହକୁ ନେଇ ଆରମ୍ଭ ହୁଏ କଳ୍ପନା ଜଳ୍ପନା । ତେବେ ହଠାତ ବଦଳେ କାହାଣୀର ମୋଡ଼ । ବର୍ଷ ୨୦୧୫ । ଦୁହିଁଙ୍କ ବ୍ରେକ୍ ଅପ୍ ଖବର ସାମ୍ନାକୁ ଆସେ । ଶିଘ୍ର ବିବାହ ପାଇଁ ବିରାଟଙ୍କ ପ୍ରସ୍ତାବରେ ଅନୁଷ୍କା ରାଜି ହେଉନଥିବାରୁ ବ୍ରେକ୍ ଅପ୍ ହୋଇଥିବା ଜଣାପଡ଼େ । ତେବେ ପୁଣି ଏକାଠି ହୁଅନ୍ତି ବିରାଟ୍ ଓ ଅନୁଷ୍କା । ଏହି କାହାଣୀରେ ଏବେ ଆଗକୁ ବିବାହ ।