ବଲାଙ୍ଗିର ଜଙ୍ଗଲରୁ ମହାବଳ ବାଘର ମୃତଦେହ ଉଦ୍ଧାର : ଶିକାର ଉଦ୍ଦେଶ୍ୟରେ ହତ୍ୟା ସନ୍ଦେହ

82

କନକ ବ୍ୟୁରୋ : ବଲାଙ୍ଗିର ଜଙ୍ଗଲରୁ ମିଳିଲା ମହାବଳ ବାଘର ମୃତଦେହ । ଜିଲ୍ଲାର ଖପ୍ରାଖୋଲ ବ୍ଲକ୍ ଡୋରମୁଣ୍ଡା ଗାଁ ନିକଟ ବଡ ପତରା ଜଙ୍ଗଲରୁ ମହାବଳ ବାଘର ମୃତଦେହ ଠାବ ହୋଇଛି । ବାଘର ଦେହରେ କୌଣସି କ୍ଷତ ଚିହ୍ନ ନାହିଁ । ତେବେ ତାର ନାକରୁ କେବଳ ରକ୍ତ ବାହାରୁଛି । ଶିକାର ଉଦ୍ଦେଶ୍ୟରେ ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଖବର ପାଇବା ପରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଜଙ୍ଗଲରେ ପହଁଚିଛି । କାଲି ଖପ୍ରାଖୋଲର ଲାଠୋରରେ ତାର ବ୍ୟବଚ୍ଛେଦ କରାଯିବ । ପୂର୍ବରୁ ଏହି ଅଂଚଳରେ ମହାବଳ ବାଘ ଥିବାର ଦେଖିବାକୁ ମିଳିନଥିଲା । ଏହା ପ୍ରଥମ ଘଟଣା । ସୁନାବେଡା ଅଭୟାରଣ୍ୟ କିମ୍ବା ନୂଆପଡା ଡେଡେଙ୍ଗା ଜଙ୍ଗଲରୁ ବାଘଟି ଆସିଥାଇପାରେ ବୋଲି ସନ୍ଦେହ କରାଯାଉଛି ।