କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରଥାନା ଫୁରଲିଝରଣକୁ ବଣ ଭୋଜି କରି ଫେରୁଥିବା ବେଳେ ଦୁର୍ଘଟଣା । ଏକ ଜେସିପି ବୋଝେଇ ଟ୍ରଲର ଭାରସାମ୍ୟ ହରାଇ ଗୋଟିଏ ବସ ଦୁଇଟି ବୋଲେରୋ, ଗୋଟେ ସ୍କୁଟି ଏବଂ ଗୋଟେ ଅଟୋକୁ ଧକ୍କା ମାରିଛି । ଫଳରେ ଅଟୋରେ ବସିଥିବା ତିନିଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଚାରିଜଣ ଗୁରୁତର ଆହତ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅପରାହ୍ନରେ ବଣ ଭୋଜି କରି ଫେରୁଥିବା ବେଳେ ହଠାତ ଏହି ଟ୍ରଲର ଭାରସାମ୍ୟ ହରାଇ ଏମାନଙ୍କୁ ଧକ୍କା ମରିଥିଲା । ଯେଉଁଥିରେ ଅଟୋରେ ଥିବା ନକଟିଗୁଡା ଅଂଚଳର ତିନିଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡିଛି । ଗୁରୁତର ଆହତମାନଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ପୁରୁଷ ଅଛନ୍ତି । ମହିଳା ଓ ବ୍ୟକ୍ତିମାନେ ଭବାନୀପାଟଣା ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ଅବସ୍ଥା ବି ସଂକଟାପନ୍ନ ରହିଛି । ଖବର ପାଇ ସଦର ପୋଲିସ ଟ୍ରକକୁ ଜବତ କରିବା ସହ ଟ୍ରକ ଡ୍ରାଇଭରକୁ ଗିରଫ କରିଛି ।