ଦୁଇଟି ରାଜ୍ୟର ପ୍ରଭାରୀ ଦାୟିତ୍ୱରୁ ହଟିଲେ ବି.କେ ହରିପ୍ରସାଦ ! କାରଣ ଅସ୍ପଷ୍ଟ

28

କନକ ବ୍ୟୁରୋ : କଂଗ୍ରେସ୍ ରାଜ୍ୟ ପ୍ରଭାରୀ ବି.କେ ହରିପ୍ରସାଦଙ୍କ ପକ୍ଷ ଛେଦନ ହେଲା । ଛତିଶଗଡ଼, ଝାଡ଼ଖଣ୍ଡ ଓ ଓଡ଼ିଶାର ପ୍ରଭାରୀ ଥିବା ହରିପ୍ରସାଦଙ୍କୁ ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ହଟାଇ ଦିଆଯାଇଛି । ସେହିପରି ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଛତିଶଗଡ଼ ସହ ପ୍ରଭାରୀ ପଦରୁ ହଟାଇ ଦିଆଯାଇଛି । ଅନ୍ୟପକ୍ଷରେ ପି.ଏଲ୍‌. ପୁନିଆଙ୍କୁ ଛତିଶଗଡ଼ର ଓ ଆର୍‌.ପି.ଏନ୍‌. ସିଂହଙ୍କୁ ଝାଡ଼ଖଣ୍ଡର ପ୍ରଭାରୀ ନିଯୁକ୍ତ କରାଯାଇଛି । ତେବେ କେଉଁ କାରଣରୁ ଏମାନଙ୍କୁ ନିଜ ପଦବୀରୁ ହଟାଯାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଗତ କିଛି ଦିନ ଧରି କଂଗ୍ରେସର ଗୋଷ୍ଠୀ କନ୍ଦଳ ବଢିଚାଲିଛି । ଧୀରେ ଧୀରେ କରି ଦଳ ଛାଡୁଛନ୍ତି ନେତା । ଆଉ ଏହା ଭିତରେ ଏହି ନିଷ୍ପତି ରାଜ୍ୟ ରାଜନୀତିକୁ ଆହୁରୀ ସରଗରମ କରିଦେଇଛି । ଆଲୋଚନା ହେଉଛି କି ଖୁବ୍‌ ଶୀଘ୍ର ଓଡ଼ିଶାରେ କଂଗେସ ଦଳ ସାଂଗଠନିକ ପରିବର୍ତ୍ତନ କରିବ।