କେନ୍ଦ୍ରାପଡାରେ ବିଜେପିର ମିଶ୍ରଣ ପର୍ବ ! ସଭା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ଲିଫଲେଟ ବାଣ୍ଟିଲେ ବିଜେପି ଯୁବ ମୋର୍ଚ୍ଚା

28

କନକ ବ୍ୟୁରୋ : କେନ୍ଦ୍ରାପଡାରେ ଦିନ ୧୨ଟାରେ ମିଶ୍ରଣ ପର୍ବ ହେବ । ଏଥିରେ ବରିଷ୍ଠ ନେତା ବିଜୟ ମହାପାତ୍ରକୁ ଡକାଯାଇନାହିଁ । ସେପଟେ ଆଜିର ସଭାକୁ ନେଇ ବିଜେପିର ଏକ ଗୋଷ୍ଠୀ ସହରରେ ଲିଫଲେଟ ବାଂଟିଛନ୍ତି । ବିଜେପି ଯୁବ ମୋର୍ଚ୍ଚା ଲେଖାଥିବା ଲିଫଲେଟରେ ପରୋକ୍ଷରେ ଧର୍ମେନ୍ଦ୍ର ପ୍ରଧାନ ଓ ଆଜି ବିଜେପିରେ ମିଶିବାକୁ ଥିବା ଉତ୍କଳ କେଶରୀ ପରିଡାଙ୍କୁ ଟାର୍ଗେଟ କରାଯାଇଛି ।

ଆଇଓସିଏଲରେ କେନ୍ଦ୍ରାପଡାରୁ କେତେ ନିଯୁକ୍ତି ପାଇଛନ୍ତି ସେ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଛି । କୋଟିଏ ଟଙ୍କା ଖର୍ଚ କରି ସଭା କଲେ କଣ ମିଳିବ ବୋଲି ଲିଫଲେଟରେ କୁହାଯାଇଛି । ମନ୍ତ୍ରୀଙ୍କ ଅହଙ୍କାର ଓ କଳାଧନର ପ୍ରଦର୍ଶନୀ ଛଡା ଏହା କିଛି ନୁହେଁ ବୋଲି ଲିଫଲେଟରେ କୁହାଯାଇଛି ।