ମେୟରଙ୍କ ସେକ୍ସ ସିଡି ଓ ରିଷି ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିଲେନି ବିଜେପି ପ୍ରତିନିଧି ଦଳ

27

କନକ ବ୍ୟୁରୋ : ଋଷି ମୃତ୍ୟୁ ଓ ସେକ୍ସ ସିଡି ଭିଡିଓ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇ ନିରାଶ ହୋଇଛି ବିଜେପି ପ୍ରତିନିଧି ଦଳ । ବିଜେପିର ୧୩ ଜଣିଆ ପ୍ରତିନିଧି ଦଳ ବିବାଦୀୟ ସେକ୍ସ ସିଡିରେ ମେୟରଙ୍କ ସଂପୃକ୍ତି ନେଇ ପ୍ରମାଣ ପତ୍ର ଧରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସଚିବାଳୟ ଯାଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନଥିବାରୁ ପ୍ରତନିଧି ଦଳଙ୍କୁ ଭେଟିବାକୁ ଅନୁମତି ମିଳିନଥିଲା ।

ସେପଟେ ବିଜେପି ନେତା ସମୀର ମହାନ୍ତି କହିଛନ୍ତି, ମେୟରଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି । ଆମକୁ ନଭେଟିବା ଏହାର ଏକ ଉଦାହରଣ ବୋଲି ସେ କହିଛନ୍ତି ।