ପଦ୍ମ ଫୁଟାଇବାକୁ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କଲେ ବିଜେପି ଚାଣକ୍ୟ, ଶାହା କହିଲେ, କେନ୍ଦୁଝରରେ ହେବ ଷ୍ଟିଲ୍ ପ୍ଲାଣ୍ଟ ।

505

କନକ ବ୍ୟୁରୋ: ପ୍ରତିଶ୍ରୁତି ବର୍ଷା କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପାଞ୍ଚ ବର୍ଷ ଓଡ଼ିଶାରେ ମୋଦି ସରକାରଙ୍କୁ ସରକାର ଗଠନ କରିବାକୁ ସୁଯୋଗ ଦିଅ ଓଡ଼ିଶାକୁ ଏକ ନମ୍ବର ରାଜ୍ୟଭାବେ ଗଢ଼ି ତୋଳିବ ବିଜେପି । ଏପରିକି ବହୁ ଦିନର ଦାବି କେନ୍ଦୁଝର ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟର ପ୍ରତିଷ୍ଠା କରିବ ବିଜେପି ସରକାର ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା । କେନ୍ଦୁଝର କେନ୍ଦୁପତ୍ର ଉପରୁ ସମ୍ପୂର୍ଣ୍ଣ ଜିଏସଟି ଛାଡ଼ କରାଯିବ, କେନ୍ଦୁଝରରେ ଆଉ ଏକ ମେଡିକାଲ କଲେଜ ସହ ସମସ୍ତ ଆଦିବାସୀ ମାନଙ୍କୁ ଜମିପଟ୍ଟା ପ୍ରଦାନ କରାଯିବ । ଖାଲି ଥରେ ବିଜେପିକୁ ଓଡ଼ିଶାରେ ସରକାର ଗଢ଼ିବାକୁ ସୁଯୋଗ ଦିଅନ୍ତୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶାହା 

ସେହିପରି ରାଜ୍ୟ ସରକାରଙ୍କୁ ନିଶାନା କରି ଶାହା କହିଛନ୍ତି ଯେ, କେନ୍ଦ୍ର ସରକାର ଡିଏମଫ ପାଣ୍ଠିରେ କେନ୍ଦୁଝର ମେଡିକାଲ ପାଇଁ ଅର୍ଥ ଦେଇଛନ୍ତି । କିନ୍ତୁ ନବୀନ ସରକାର ଚାରେଣୀଟିଏ ହେଲେ ବି ଦେଲେ ନାହିଁ ।  ବିଜେପି ସରକାର କଲେ କେନ୍ଦୁଝରରେ ଆଉ ଏକ ମେଡ଼ିକାଲ କଲେଜ ଓ ବନଜାତ ଦ୍ରବ୍ୟକୁ ସର୍ମନିମ୍ନ ମୁଲ୍ୟରେ କିଣାଯିବ ବୋଲି କହିଛନ୍ତି ଶାହା । ୧୯ ବର୍ଷ ହେଲାଣି ରାଜ୍ୟରେ ଗୋଟେ ଭଷ୍ଟ୍ରାଚାର ସରକାର ଚାଲିଛି । ଯିଏ ଗରିବଙ୍କୁ ଲୁଟି ଖାଉଛି ବୋଲି କହି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ଶାହା । 

ସେହିଭଳି କେନ୍ଦୁଝର ସଭାରୁ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଛନ୍ତି ଶାହା । କହିଛନ୍ତି କି, ପୁଲୱାମା ଆତଙ୍କୀ ହମଲାରେ ଆମ ଦେଶର ୪୦ ଯବାନ ସହୀଦ ହୋଇଗଲେ ତାହାର ୧୩ ଦିନ ପରେ ମୋଦି ସରକାର ପାକିସ୍ତାନୀ ଆତଙ୍କୀ ଆଡ୍ଡା ଉପରେ ବୋମା ପକାଇଲା । ଆତଙ୍କୀ ନିପାତ ହେଲେ କିନ୍ତୁ କଂଗ୍ରେସର ରାହୁଲ ବାବା ମନଦୁଃଖ କଲେ କହି ସମାଲୋଚନା କରିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା ।