ଆଜି କୋର୍ଟରେ ହାଜର ହେବେ ଗିରଫ ବିଜେପି ନେତା ଶିବ ଶଙ୍କର ଦାସ : ଦିଲ୍ଲୀରୁ ଅଣାଗଲା ବ୍ରହ୍ମପୁର

69

ବ୍ରହ୍ମପୁର ବ୍ୟୁରୋ ,କନକ ନ୍ୟୁଜ୍ : ଆଜି କୋର୍ଟରେ ହାଜର ହୋଇପାରନ୍ତି ଗିରଫ ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସ । ଗତକାଲି ଶିବଶଙ୍କରଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଥିଲା । ତାଙ୍କ ନାଁରେ ବିଭିନ୍ନ ମାମଲା ରହିଥିଲା । ଯାହାକୁ ନେଇ ତାଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛିି । ବିଜେଡି ଛାଡି ସେ, ଗତ ନିର୍ବାଚନ ସମୟରେ ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ । ଗତକାଲି ତାଙ୍କୁ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଥିଲା । ସେଠାରୁ ତାଙ୍କୁ ସିଧାସଳଖ ବ୍ରହ୍ମପୁର ନିଆଯାଇଥିଲା ।