ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା । ବସ୍ତାରୁ ରଘୁନାଥଙ୍କୁ ପ୍ରାର୍ଥୀ କଲା ଦଳ, ଜାଣନ୍ତୁ ବାକି ଆସନରୁ କାହାକୁ ମିଳିଲା ଟିକେଟ?

586

କନକ ବ୍ୟୁରୋ : ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଚମ୍ପୁଆ, ଭୋଗରାଇ, ବସ୍ତା ଓ ନିଆଳି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଚମ୍ପୁଆରୁ ମୁରଲୀ ଶର୍ମା, ବସ୍ତାରୁ ରଘୁନାଥ ମହାନ୍ତି, ଭୋଗରାଇରୁ ମାନସ ମହାନ୍ତି ଓ ନିଆଳିରୁ ଛବି ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ଦଳ ।

ଗତକାଲି ବିଜେପିରେ ମିଶିଥିବା ରଘୁନାଥ ମହାନ୍ତିଙ୍କୁ ଦଳ  ବସ୍ତାରୁ ପ୍ରାର୍ଥୀ କରିଥିବା ବେଳେ ଆଉ କିଛି ବିଧାନସଭା ଆସନ ପାଇଁ ଏଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ଦଳ ।