ଆଜି ନବୀନ ନିବାସରେ ବସିବ ବିଜେଡି ସଂସଦୀୟ ଦଳ ବୈଠକ । ଫୋକସରେ ରହିବ ମହିଳାଙ୍କ ପାଇଁ ୩୩ପ୍ରତିଶତ ସିଟ ସଂରକ୍ଷଣ ଦାବି

ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ

94

କନକ ବ୍ୟୁରୋ : ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ । ଆସନ୍ତା ୧୧ତାରିଖରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେବ । ସେଥିପାଇଁ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ସଂସଦୀୟ ଦଳର ବୈଠକ ବସିବ । ବିଜେଡି ପକ୍ଷରୁ କେଉଁ ପ୍ରସଙ୍ଗ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥାପନ କରାଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା ହେବ ।

ସଂସଦ ଓ ରାଜ୍ୟ ବିଧାନସଭାଗୁଡିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ନବୀନ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ସେହି ପ୍ରସଙ୍ଗକୁ ଦୃଢ଼ ଭାବରେ ପାର୍ଲାମେଂଟରେ ଉପସ୍ଥାପନ କରିବା ଲାଗି ଦଳ ଗୁରୁତ୍ୱ ଦେବ । ସେହିପରି ପୋଲାଭରମ, ମହାନଦୀ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଏବଂ ଏସସିଏସଟି ଛାତ୍ରଛାତ୍ରୀଙ୍କ ଭତା ଅନୁଦାନ ହ୍ରାସ ପ୍ରସଙ୍ଗ ନେଇ ଆଲୋଚନା ହେବ ବୋଲି ଜଣାପଡିଛି ।