ସାଧାରଣ ଲୋକଙ୍କ ବଡ ଚିନ୍ତା ହେବ ଦୂର : ୨୦୦ ଓ ୨୦୦୦ ଟଙ୍କିଆ ନୋଟ୍ ଉପରେ ଆରବିଆଇ ନେଇଛି ଏହି ନିଷ୍ପତ୍ତି

ଆପଣ ୨୦୦ ଓ ୨୦୦୦ ଟଙ୍କିଆ ପୁରୁଣା ଓ ଫଟା ନୋଟକୁ ସହଜରେ ବଦଳାଇପାରିବେ ।

528

ଆପଣ ୨୦୦ ଓ ୨୦୦୦ ଟଙ୍କିଆ ପୁରୁଣା ଓ ଫଟା ନୋଟକୁ ସହଜରେ ବଦଳାଇପାରିବେ । ରିଜର୍ଭ ବ୍ୟାଙ୍କ ଚିରାଫଟା ନୋଟ୍ କୁ ବଦଳାଇବାର ଆରବିଆଇ ନିୟମ ୨୦୦୯ରେ ବଦଳାଇ ଦେଇଛି । ଏବେ ଆପଣ ୧, ୨, ୫,୧୦,୨୦,୫୦,୧୦୦,୨୦୦, ୫୦୦, ୧୦୦୦ ଓ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ । ରିଜର୍ଭ ବ୍ୟାଙ୍କ ଏହାକୁ ନେଇ ସେପ୍ଟେମ୍ବରରେ ନୋଟିଫିକେସନ ଜାରି କରିସାରିଛି । ୨ ହଜାର ଟଙ୍କିଆ ନୋଟ୍ ଜାରି ହେବାକୁ ପାଖାପାଖି ୨ ବର୍ଷରୁ ଅଧିକ ସମୟ ହୋଇଗଲାଣି । ୨୦୦୦ ଓ ୨୦୦ ଟଙ୍କିଆ ନୋଟର ରଙ୍ଗ ଛାଡିବା, ଫାଟିବା-ଚିରିବାର ଅନେକ ସହରରୁ ଅଭିଯୋଗ ଆସିଥିଲା କି ବ୍ୟାଙ୍କ ଏହାକୁ ବଦଳ କରୁନି । ବ୍ୟାଙ୍କ ଗୁଡିକୁ ଆରବିଆଇ ଠାରୁ ଏହା ବିଷୟରେ କୌଣସି ଅନୁମତି ନାହିଁ । ଏହା ଦ୍ୱାରା ଛୋଟରୁ ଆରମ୍ଭ କରି ବଡ ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ନୋଟ୍ ବଦଳାଇବାର ଆଇନ୍ ଆରବିଆଇ ଆକ୍ଟର ଧାରା ୨୮ ଅଧିନରେ ଆସେ । ଏଥିରେ ବିମୁଦ୍ରାକରଣ ପୂର୍ବ ଭଳି ହିଁ ଚିରା-ଫଟା ନୋଟ୍ ବଦଳାଇବାର ନିୟମ ଥିଲା । ବିମୁଦ୍ରାକରଣ ପରେ ରିଜର୍ଭ ବ୍ୟାଙ୍କ ଏଥିରେ କୌଣସି ସଂଶୋଧନ ହୋଇନଥିଲା । ଏବେ ନୂଆ ସଂଶୋଧନରେ ୨୦୦ ଓ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାର ନିୟମକୁ ଜୋଡି ଦେଇଛି । ୨୦୦୦ ଟଙ୍କିଆ ନୋଟ୍ ନଭେମ୍ବର ୨୦୧୬ରେ ବିମୁଦ୍ରାକରଣ ଲାଗୁ ହେବା ପରେ ଜାରି କରାଯାଇଥିଲା । ଯେବେକି ୨୦୦ ଟଙ୍କିଆ ନୋଟ୍ ସେପ୍ଟେମ୍ବର ୨୦୧୭ ପରେ ଜାରି ହେଲା । ଆଇନ ରେ ପରିବର୍ତ୍ତନ ଆସିବା ପରେ ଲୋକଙ୍କୁ ଆଶ୍ୱସ୍ଥି ମିିଳିବ ।