ନିଜ ନିର୍ବାଚନ ମଣ୍ଡଳୀରେ ଖାତା ଖୋଲି ପାରିଲେନି ବିଜେପି ରାଜ୍ୟ ସଭାପତି ! କୋମନା ବ୍ଲକ ଜୋନ୍ ୨ର ଜିଲ୍ଲା ପରିଷଦ ନିର୍ବାଚନରେ ବାଜିମାତ୍ କରିଛି ବିଜେଡି

24

କନକ ବ୍ୟୁରୋ : ନିଜ ନିର୍ବାଚନ ମଣ୍ଡଳୀରେ ଖାତା ଖୋଲି ପାରିନାହାନ୍ତି ବିଜେପି ରାଜ୍ୟସଭାପତି ବସନ୍ତ ପଣ୍ଡା । ଆଜି କୋମନାର ୨ ନମ୍ବର ଜୋନରେ ଜିଲ୍ଲାପରିଷଦ ଜୋନକୁ ଜିତି ନେଇଛି ବିଜେଡି । ବିଜେଡି ପ୍ରାର୍ଥୀ ରାମନରେଶ ଅହିର ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱି କଂଗ୍ରେସ ପ୍ରାର୍ଥୀ ଭକ୍ତରାମ ଶବରଙ୍କ ଠାରୁ ୭୭୫୯ ଭୋଟରେ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ମୋଟ ୧୪ ହଜାର ୭୯୦ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୭ ହଜାର ୩୧ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ବିଜେପି ପ୍ରାର୍ଥୀ । ସେ ମାତ୍ର ୪୬୮୩ ଭୋଟ ପାଇଛନ୍ତି । ତେବେ ଏନେଇ ଆସନ୍ତା ୨୨ ତାରିଖରେ ଆନୁଷ୍ଠାନିକ ଫଳାଫଳ ଘୋଷଣା କରାଯିବ । ନୂଆପଡା ଜିଲ୍ଲା ପରିଷଦରେ ବିଜେପି ଗୋଟିଏ ମଧ୍ୟ ଆସନ ଜିତି ପାରିନାହିଁ ।