‘ମୁଁ ବିଜେଡି ବିଧାୟିକା’! ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ଫସିଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ

32

କନକ ବ୍ୟୁରୋ : ମୁଁ ବିଜେଡି ବିଧାୟିକା । ବିଜେଡି ଲୋକ ମୋତେ ଭୋଟ୍ ଦେଇଛନ୍ତି । ମୁଁ କେବଳ ମୋ ଦଳୀୟ ଲୋକଙ୍କ କଥା ବୁଝିବି । ଏଭଳି ବିବାଦୀୟ ବୟାନ ଦେଇ ଅଡୁଆରେ ଫସିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ପ୍ରମିଳା ନିଜ ନିର୍ବାଚନ ମଣ୍ଡଳିରେ କଡା ବିରୋଧର ସମ୍ମୁଖୀନ ହୋଇଛନ୍ତି । ଲୋକଙ୍କ ପ୍ରଶ୍ନବାଣରେ ସାମନା କରି ନପାରି ଏପରି କହିଛନ୍ତି ପ୍ରମିଳା ।

ନିଜ ନିର୍ବାଚନ ମଣ୍ଡଳିରେ ପଂଚାୟତ ନିର୍ବାଚନ ପାଇଁ ବଜେଡି ସମର୍ଥିତ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବାବେଳେ ସ୍ଥାନୀୟ ଲୋକଙ୍କ ବିରୋଧରେ ଶିକାର ହୋଇଥିଲେ ପ୍ରମିଳା । ଗତକାଲି ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରି ପଂଚାୟତ ସ୍ତରୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ ପ୍ରମିଳା । ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-