ପୁଣି ଦେଖାଗଲାଣି ବାର୍ଡ ଫ୍ଲୁ ! ନିଆଳୀରେ ୪ ଦିନ ମଧ୍ୟରେ ମଲେଣି ୫୫ କୁକୁଡା

କଟକ ଜିଲ୍ଲା ନିଆଳି ଅଂଚଳରେ ବାର୍ଡ ଫ୍ଲୁ ସନ୍ଦେହ

78

କନକ ବ୍ୟୁରୋ : କଟକ ଜିଲ୍ଲା ନିଆଳି ଅଂଚଳରେ ବାର୍ଡ ଫ୍ଲୁ ସନ୍ଦେହ । ବାହାରଣା ପଂଚାୟତ ଏବଂ ନିଆଳି ନିକଟ ଧଉଳିଆରେ ଅସ୍ୱାଭାବିକ ଭାବରେ କାଉ କୁକୁଡା ମରିପଡିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ନିଆଳୀ ଅଂଚଳରେ ଆତଙ୍କ ଖେଳି ଯାଇଛି । ଗତ ଚାରିଦିନ ଭିତରେ ବାହାରଣା ପଂଚାୟତର ପ୍ରାୟ ୫୫ଟି ଦେଶି କୁକୁଡା ମରିପଡିଥିବା ଦେଖିବାକୁ ମିଳିଛି । କୁକୁଡା ପାଟିରୁ ଫେଣ ବାହାରି ମୃତ୍ୟ ହେଉଥିବା ଚାଷୀ କହିଛନ୍ତି ।

ସେହିପରି ଗତକାଲି ବାହାରଣା ଗାଁରେ ୩ଟି ଧଉଳିଆରେ ୬ଟି କାଉଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଯାହାକୁ ନେଇ ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ଏପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ଗାଁରେ ପହଂଚି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।