ମଞ୍ଚ ଗୋଟିଏ କିନ୍ତୁ ସମ୍ଭାବନା ଅନେକ ! ବିଜୁ ବାବୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚନରେ ନବୀନଙ୍କ ସହ ଏକାଠି ହେବେ ବିଜୟ ମହାପାତ୍ର

71

କନକ ବ୍ୟୁରୋ : ମଞ୍ଚ ଗୋଟିଏ ହେଲେ ସମ୍ଭାବନା ଅନେକ । ଦୀର୍ଘ ୧୮ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗୋଟିଏ ମଂଚରେ ଏକାଠି ବସିବେ ବିଜୟ ମହାପାତ୍ର । ଆସନ୍ତାକାଲି ବିଜୁ ବାବୁଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ଏକାଠି ହେବେ ନବୀନ ଓ ବିଜୟ । ସେପଟେ ଏହି ଉତ୍ସବରେ ଯୋଗ ଦେବାକୁ ଆସୁଛନ୍ତି ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । ତେଣୁ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଆଡଭାନୀ କଣ କହିବେ ତାକୁ ନେଇ ମଧ୍ୟ ଉକ୍ରଣ୍ଠା ରହିଛି ।

bijayରାଜ୍ୟ ରାଜନୀତି ଏବେ କଡ ଲେଉଟାଇବ । ବିଜୁଙ୍କ ଅନୁଗତ ଯେଉଁମାନେ ଏକଦା ବିଜେଡି ଗଠନରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ଆଉ ସମୟ ଚକ୍ରରେ ଦଳରୁ ବିଦା ହୋଇଥିଲେ ସେମାନଙ୍କୁ ଆସନ୍ତାକାଲି ଗୋଟିଏ ମଂଚରେ ଦେଖିବାକୁ ମିଳିବ । ୧୮ ବର୍ଷ ପରେ ଏକାଠି ହେବେ ନବୀନ ଓ ବିଜୟ । ୨୦୦୦ ମସିହାରେ ଯେତେବେଳେ ନାଟକୀୟ ଢଙ୍ଗରେ ବିଜୟ ମହାପାତ୍ରଙ୍କ ଟିକେଟ କଟାଗଲା ଆଉ ତାଙ୍କୁ ଦଳରୁ ବାହାରର ରାସ୍ତା ଦେଖାଇ ଦିଆଗଲା, ସେବେଠାରୁ ଏହି ଦୁଇ ନେତାଙ୍କ ଭିତରେ ତିଆରି ହୋଇଥିଲା ପାଚେରୀ, ଯାହା ବିଜୁଙ୍କ ପୁସ୍ତକ ଉନ୍ମୋଚନ ସହ ଭାଙ୍ଗିବାକୁ ଯାଉଛି । କୁହାଯାଉଛି, କେନ୍ଦ୍ରାପଡା ରାଜନୀତିରେ ତିଆରି ହୋଇଥିବା ଶୁନ୍ୟସ୍ଥାନ ପୂରଣ କରିବାକୁ ବିଜୟ ଟ୍ରମ୍ପକାର୍ଡ ହୋଇପାରନ୍ତି । ଏମିତିରେ ବି ବିଜୟ କହିଥିଲେ, ସେ ପୁରୁଣା କଥା ଭୁଲିଯାଇଛନ୍ତି । ଆଉ ନବୀନ କହିଥିଲେ, ପୁରୁଣା ନେତା ଦଳକୁ ଫେରିଲେ ସ୍ୱାଗତ କରାଯିବ ।

vlcsnap-2018-01-26-21h13m13s017ଖାଲି ଏତିକି ନୁହେଁ ରାଜନୀତିର ଆଉ ଏକ ଗୋଟିଚାଳନା ଆସନ୍ତାକାଲି ରାଜଧାନୀରେ ହେବାକୁ ଯାଉଛି ।ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପ୍ରଦାନ ବେଳେ ବିଜେପି ମାର୍ଗଦର୍ଶକ ମୁରଲୀ ମନୋହର ଜୋଶୀ, ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ନବୀନଙ୍କୁ ଆଶୀର୍ବାଦ ଦେଲେ । ଆଉ ଏବେ ଆଡଭାନୀଙ୍କ ଉପରେ ସମସ୍ତଙ୍କ ନଜର । କୁହାଯାଉଛି, ବିଜେଡି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବ । ଏକରେ ଜାତୀୟ ରାଜନୀତିରେ ବିଜୁଙ୍କ ଛାପକୁ ପ୍ରଚାର କରିବ ଆଉ ଆଡଭାନୀଙ୍କ ମୁହଁରୁ ନବୀନଙ୍କ ପାଇଁ ପ୍ରଶଂସା ସାଉଁଟି ବିଜେପିକୁ ଟାର୍ଗେଟ କରିବ ।ବିଜେପିର ଦୁଇ ମାର୍ଗଦର୍ଶକ ଦଳ ଭିତରେ ଅଛନ୍ତି ହେଲେ ସଂପୁର୍ଣ୍ଣ ଅଲୋଡା । ବିଜେଡି ତଥା ନବୀନଙ୍କ ପ୍ରତି ଉଭୟଙ୍କର ରହିଛି ବେଶ ଦୁର୍ବଳତା । ଏପରିକି ରାଜ୍ୟରେ ମେଂଟ ଭାଙ୍ଗିଲା ବେଳେ ଆଡଭାନୀ ଯଥେଷ୍ଟ ଚେଷ୍ଟା କରିଥିଲେ ସଂପର୍କକୁ ବଜାୟ ରଖିବାକୁ ।

ଅନୁମାନ କରାଯାଉଛି, ବିଜୁଙ୍କ ଆଦର୍ଶରେ ଆଗକୁ ବଢିଥିବା ବିଜେଡି ପାଇଁ ଆଡଭାନୀ କିଛି ସକରାତ୍ମକ ବାର୍ତ୍ତା ଦେବେ । ଖାଲି ସେତିକି ନୁହେଁ ଯେଉଁ ତମାମ ଜାତୀୟ ସ୍ତରର ନେତା ଓଡିଶା ଆସୁଛନ୍ତି, ସେମାନେ ମୋଦି ବିରୋଧୀ ଭାବେ ଜଣାଶୁଣା । ତେଣୁ ଜାତୀୟ ରାଜନୀତିର ସୁତ୍ରଧର ହୋଇ ନିର୍ବାଚନ ଆଗରୁ ଧର୍ମନିରପେକ୍ଷ ମେଂଟର ମୁଳଦୁଆ ପଡିପାରେ ବୋଲି ଅନୁମାନ କରାଯାଉଛି ।