ପ୍ରେମ କରନ୍ତୁ ହେଲେ କରନ୍ତୁନି ପ୍ରତାରଣା ! ନଚେତ୍ ହେବ ଏଭଳି ଅବସ୍ଥା . .

26

କନକ ବ୍ୟୁରୋ : ରାଜଧାନୀରେ ଏକ ପାର୍କରେ ପ୍ରେମିକଙ୍କୁ ମାଡ଼ ମାରିଛନ୍ତି ଦୁଇ ପ୍ରେମିକା । ଭାଇରାଲ୍ ହୋଇଥିବା ଏପରି ଏକ ଭିଡିଓକୁ ନେଇ ଏବେ ଚର୍ଚ୍ଚା । ଭିଡିଓର ବିଶ୍ୱସନୀୟତା କେତେ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ଭିଡିଓରେ ଦେଖିବାକୁ ମିଳିଛି ଜଣେ ଯୁବକଙ୍କ ଧରି ଦୁଇଜଣ ଝିଅ ମାଡ଼ ମାରୁଛନ୍ତି ।

ସୂଚନା ଅନୁସାରେ, ଦୁଇଜଣ ଯୁବତୀଙ୍କ ସହ ସଂପୃକ୍ତ ଯୁବକଙ୍କ ପ୍ରେମ ସମ୍ପର୍କ ଥିଲା । ଆଉ ଘଟଣାଦିନ ସଂପୃକ୍ତ ଯୁବକ ଜଣକ ଜଣେ ଯୁବତୀଙ୍କ ସହ ଉକ୍ତ ପାର୍କରେ ବୁଲୁଥିଲେ । ଏନେଇ ସୂଚନା ପାଇବା ପରେ ଆଉ ଜଣେ ଯୁବତୀ ସେଠାରେ ପହଂଚି ଯାଇଥିଲେ । ଏହାପରେ କଣ ହେଲା ତାହା ବୟାନ୍ କରୁଛି ଭାଇରାଲ୍ ହୋଇଥିବା ଭିଡିଓ । ଉଭୟ ମିଶି ପ୍ରେମିକଙ୍କୁ ଦେଇଥିଲେ ପାଣ୍ଟେଟ୍ ମେଡିସିନ୍ ।