ପୁଣି ବିଜେଡିରେ ଭର୍ତୃହରି ଝଡ ! କିଛି ନେତାଙ୍କୁ ଟର୍ଗେଟ, କହିଲେ କିଛି ଅସରପା ନିଜକୁ ଚଢେଇ ଭାବୁଛନ୍ତି

25

କନକ ବ୍ୟୁରୋ : ବିଜେଡିରେ ପୁଣି ଭର୍ତୃହରି ଝଡ । ମନ୍ତ୍ରୀମଣ୍ଡଳ ଅଦଳବଦଳର ୨୪ ଘଂଟା ନ ପୁରୁଣୁ ବିଜେଡି ସାଂସଦ ଭର୍ତୃହରି ମହତାବ ଆଜି ପୁଣି ଏକ ବିସ୍ଫୋରଣ କରିଛନ୍ତି । ଦଳର କିଛି ନେତାଙ୍କୁ ସେ କରିଛନ୍ତି ଟାର୍ଗେଟ । ଭର୍ତୃହରି କହିଛନ୍ତି, ଦଳର କିଛି ଅସରପା ନିଜକୁ ଚଢେଇ ବୋଲି ଭାବୁଛନ୍ତି ।

କିନ୍ତୁ ଯିଏ ଉଡିଲା ସେ ଚଢେଇ । ଦଳର ସମର୍ଥନ ପାଇଁ ହିଁ ସେମାନେ ବିଧାୟକ ଓ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । କଟକରେ ଏକ ପାନୀୟଜଳ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ କଟକ ସାଂସଦ ଏଭଳି ବିବାଦୀୟ ବୟାନ ଦେଇଛନ୍ତି ।