ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ବ୍ରହ୍ମପୁର ଏମକେସିଜି ମେଡ଼ିକାଲ

75

କନକ ବ୍ୟୁରୋ : ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ଦକ୍ଷିଣ ଓଡ଼ିଶାର ବଡ ମେଡ଼ିକାଲ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ । ମେଡିକାଲରେ ଆବଶ୍ୟକୀୟ ଡାକ୍ତର ନାହାଁନ୍ତି । ଆଉ ଯେତିକି ଅଛନ୍ତି ସେମାନଙ୍କ ମଧ୍ୟରୁ ବହୁ ସମୟରେ ଅନେକ ଅନୁପସ୍ଥିତ ରହୁଛନ୍ତି । ଗତ ୨ ମାସ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ମେଡିକାଲକୁ ଅଚାନକ ଭ୍ରମଣରେ ଆସିଥିଲେ ଏବଂ ମାସେ ମଧ୍ୟରେ ମେଡିକାଲର ସମସ୍ତ ସମସ୍ୟା ସମାଧାନ ହେବ ବୋଲି କହିଥିଲେ । କିନ୍ତୁ ଏହା କେବଳ କଥାରେ ରହିଯାଇଛି । ଏବେ ବିଭିନ୍ନ ଦାବିରେ ବିଭିନ୍ନ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ମେଡିକାଲର ରଶ୍ମି ରଞ୍ଜନ ବିଭାଗ, ଟ୍ରୋମାକେୟାର ସେଂଟର ବର୍ଷ ବର୍ଷ ଧରି ବନ୍ଦ ହୋଇ ପଡ଼ିରହିଛି ଏବଂ ରୋଗୀଙ୍କୁ ମାଗଣାରେ ଔଷଧ ମଧ୍ୟ ମିଳୁନାହିଁ । ଅନ୍ୟପଟେ ଏଠାରେ ଡ଼ାକ୍ତର ଅଭାବ ଥିବା ବେଳେ କିଛି ଡ଼ାକ୍ତରଙ୍କୁ ବଦଳି କରାଯାଇଛି ଏବଂ ସେହି ସ୍ଥାନ ଏବେ ଖାଲି ପଡ଼ିଛି । ଫଳରେ ଏହାର ପରିଣାମ ଭୋଗୁଛନ୍ତି ରୋଗୀ ।