ଏମିତି ପାଠ ପଢୁଛନ୍ତି ଆମ କଲେଜ ପିଲା ! କାଠଫାଳିଆ ଓ ଠେଙ୍ଗା ଧରି ସାଜିଲେ ଗୁଣ୍ଡା

37

କନକ ବ୍ୟୁରୋ : କମେଂଟ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ । ହାତରେ ଠେଙ୍ଗାବାଡି ଧରି ରାତି ଅଧରେ ମୁହାଁମୁହିଁ ଦୁଇ ଘରୋଇ କଲେଜର ଛାତ୍ରଗୋଷ୍ଠୀ । ଦୀର୍ଘ ୧ ଘଂଟାଧରି ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ପରସ୍ପରକୁ ଆକ୍ରମଣ କରି ଲହୁଲୁହାଣ ହେଲେ ଯୁକ୍ତଦୁଇ ଛାତ୍ର । ଏ ଦୃଶ୍ୟ ଦେଖିବାକୁ ମଳିଚି ବ୍ରହ୍ମପୁର ଜୟପ୍ରକାଶ ନଗରରେ । ଗତ ଗୁରୁବାର ରାତି ପ୍ରାୟ ୯ଟା ସମୟରେ ଏଭଳି ହାତାହାତି ହୋଇଥିଲେ ଦୁଇ କଲେଜର ଛାତ୍ର ।

ଆର୍ୟନ ଗୁରୁକୂଳ ଓ ନାଳନ୍ଦା କଲେଜ ମଧ୍ୟରେ ଦୀର୍ଘଦିନରୁ ଲାଗିରହିଥିଲା ବିବାଦ । ଗୁରୁବାର ଆର୍ୟନ ଗୁରୁକୂଳରେ ଏକ କାର୍ଯ୍ୟକ୍ରମ ଚାଲିଥିବାବେଳେ ଛାତ୍ରମାନଙ୍କୁ କମେଂଟ କରିଥିଲେ ନାଳନ୍ଦା କଲେଜର ଛାତ୍ର । ଯାହାକୁ ନେଇ ଉଗ୍ର ହୋଇଥିଲା ପ୍ରତିବାଦ । ହଷ୍ଟେଲକୁ ଯାଇ ଠେଙ୍ଗା, ବାଡି, କାଠ ଫାଳିଆ, ପଥର ଯିିଏ ଯାହା ପାରିଲା ଧରି ଚାଲିଆସିଲା ରାସ୍ତା ଉପରକୁ । ପରସ୍ପରକୁ ଠେଙ୍ଗା ଓ କାଠ ଫାଳିଆରେ ଆକ୍ରମଣ କରିବା ସହ ଟେକା, ପଥର ମାଡ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚିବାରୁ ଶାନ୍ତ ପଡିଥିଲେ ଉଭୟ ଛାତ୍ରଗୋଷ୍ଠୀ ।

ଘଟଣାରେ ଉଭୟ ପକ୍ଷରୁ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ କରାଯାଇଛି । ତେବେ ଛାତ୍ରଙ୍କ ଭିତରେ ଏଭଳି ରକ୍ତାକ୍ତ ଆକ୍ରମଣକୁ ନେଇ ଉଠିଛି ପ୍ରଶ୍ନ । ହଷ୍ଟେଲ ଭିତରେ ଏତେ ସଂଖ୍ୟାରେ ଠେଙ୍ଗାବାଡି ଆସିଲା କେଉଁଠୁ । ଏନେଇ କଲେଜ କର୍ତ୍ତୃପକ୍ଷ କିନ୍ତୁ ବେପରୁଆ ଭାବେ ପ୍ରତିକ୍ରିୟା ରଖିଛନ୍ତି । ଘଟଣାଦିନ କଲେଜ ପ୍ରନ୍ସିପାଲ ଉପସ୍ଥିତ ନଥିଲେ ତେଣୁ ସେ କାହିଁକି ଗଣ୍ଡଗୋଳ ହେଲା ସେନେଇ କିଛି ଜାଣିନଥିବା ସଫେଇ ରଖିଛନ୍ତି ।