ସାବାସ ଯବାନ । ୨୦ ଜଣଙ୍କ ଜୀବନ ବଚାଂଇବା ପାଇଁ ନିଜ ପ୍ରାଣର ଆହୁତି ଦେଲେ ଉମେଶ

34

କନକ ବ୍ୟୁରୋ : ସାରା ଦେଶରେ ଲୋକମାନେ ଯଦି ରାତିରେ ଶାନ୍ତିରେ ଶୋଇ ପାରୁଛନ୍ତି ତେବେ ତାହା କେବଳ ଦେଶର ଯବାନଙ୍କ ପାଇଁ । ଅନେକ ସମୟରେ ସୀମାରେ ହେଉଥିବା ଆକ୍ରମଣରେ ନିଜ ପ୍ରାଣର ବଳି ଚଢାଇ ଲୋକମାନଙ୍କୁ ସୁରକ୍ଷିତ ଦେଉଛନ୍ତି ଯବାନ । ତେବେ ମିଳିଥିବା ସୂଚନା ଅନୁସାରେ କର୍ଣ୍ଣାଟକର ବେଲଗାବିରେ ରହୁଥିବା ଜଣେ ସୈନିକ ଅଦମ୍ୟ ସାହସର ନିଦର୍ଶନ ଦେଇ ୨୦ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। କିନ୍ତୁ ଏଥିରେ ସେ ସହିଦ ହୋଇଯାଇଛନ୍ତି।

 

୩୫ ବର୍ଷୀୟ ଉମେଶ ହେଲାୱାର ସିଆରପିଏଫ ଜଣେ ଯବାନ। ସେ ମଣିପୁରର ଇମ୍ଫାଲରେ କାର୍ଯ୍ୟରତ ଥିଲେ। ସେ ଏକ ବସରେ ଯାଉଥିବା ବେଳେ ବସ୍ ମଧ୍ୟରେ ଏକ ଗ୍ରେନେଡ୍ ପଡ଼ିଥିବାର ଦେଖିଥିଲେ। ବସରେ ୨୦ ଜଣ ଯାତ୍ରୀ ଥିବାରୁ ସେମାନଙ୍କ ଜୀବନ ରକ୍ଷା କରିବା ପାଇଁ ହାତରେ ଗ୍ରେନେଡ୍ ଧରି ବସ୍ରୁ ଡେଇଁପଡ଼ିଥିଲେ। ଡେଇଁବା କ୍ଷଣି ଗ୍ରେନେଡ୍ ତାଙ୍କ ହାତରେ ହିଁ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ଶରୀର ଛିନଭିନ ହୋଇଯାଇଥିଲା। କିନ୍ତୁ ନିଜ ଜୀବନ ଦେଇ ସେ ୨୦ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି।