ଆଜିଠରୁ ଆରମ୍ଭ ହୋଇପାରେ ବେଲବାହେଳି କୁଶେଇ ନଦୀ ସେତୁ କାମ

25

କେନ୍ଦୁଝର : ଆଜିଠାରୁ ଆରମ୍ଭ ହୋଇପାରେ କେନ୍ଦୁଝର ଆନନ୍ଦପୁର ବେଲବାହେଳି କୁଶେଇ ନଦୀ ଉପରେ ପୋଲ ନିର୍ମାଣ କାମ । ପ୍ରାୟ ବର୍ଷକ ପରେ ପୋଲ ପାଇଁ ଅଂଟା ଭିଡିଛି ଜିଲ୍ଲା ପ୍ରଶାସନ । ୫ ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲ କାମ ଆରମ୍ଭ କରାଯିବ । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ୨୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ । ଆଜି କିନ୍ତୁ ପାଗ ଖରାପ ଥିବା ଜଣାପଡିଛି । ରାମଚନ୍ଦ୍ରପୁର ଥାନା ନିକଟରେ ଏସପିଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀଙ୍କ ଆଲୋଚନା ଚାଲିଛି ।

ଗତ ବର୍ଷ ଜୁଲାଇ ମାସରେ ସେତୁର ସ୍ଥାନ ପରିବର୍ତନ ଦାବିରେ ଆନ୍ଦୋଳନ ଚାଲିଥିବା ବେଳେ ପୁଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ଶତାଧିକ ଗ୍ରାମବାସୀଙ୍କୁ ଜେଲ ଯିବାକୁ ପଡିଥିଲା । ଜାତୀୟମାନବାଧିକାର କମିଶନ ହସ୍ତକ୍ଷେପ କରିବା ପରେ ରାଜପଥ ପ୍ରାଧିକରଣ ଓ ଆଇଆଇଟି ଖଡଗପୁରର ଏକ ବିଶେଷଜ୍ଞ ଦଳ ସେତୁର ସ୍ଥାନ ଓ ଡିଜାଇନର ଅନୁଧ୍ୟାନ କରିଥିଲେ, ଏବଂ ଉପଯୁକ୍ତ ସ୍ଥାନରେ ସେତୁ ନିର୍ମାଣ କରାଯାଉଥିବା ନେଇ ରିପୋର୍ଟ ଦେଇଥିଲେ।