ଛତିଶଗଡ : ଗଭୀର କୂଅରେ ପଡିଯାଇଥିବା ଭାଲୁ ଉଦ୍ଧାର

33

କନକ ନ୍ୟୁଜ୍ : ଛତିଶଗଡର ଏକ ଗଭୀର କୂଅରେ ପଡିଯାଇଥିବା ଭାଲୁ ଉଦ୍ଧାର ହୋଇଛି । ବନ ବିଭାଗର ରେସକ୍ୟୁ ଟିମ୍ ଭାଲୁକୁ ସୁରକ୍ଷିତ ଭାବେ କୂଅରୁ ଉଦ୍ଧାର କରିିଛନ୍ତି । ଭାଲୁଟି ତା ପରେ ଜଙ୍ଗଲ ମଧ୍ୟକୁ ଚାଲିଯାଇଛି । ଆଜି ବନ୍ୟ ଅଂଚଳରୁ ଭାଲୁଟି ଭୂଲରେ ଅର୍ଜ୍ଜୁନ ଗାଁ ଭିତରକୁ ପଶି ଆସିଥିଲା ।

କୂଅରେ ଭାଲୁ ପଡିଯିବା ଖବର ପ୍ରଚାରିତ ହେବା ପରେ ସେଠାରେ ଲୋକମାନେ ଭିଡ ଜମାଇଥିଲେ। ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ । ତା ପରେ ବନ ବିଭାଗର କର୍ମଚାରୀମାନେ ସେଠାରେ ପହଁଚି ଭାଲୁକୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ । କୂଅରେ ପାଣି କମ ଥିବାରୁ ଭାଲୁଟି ବଂଚିଯାଇଥିବା ଜଣାପଡିଛି । ତେବେ ଗ୍ରାମମବାସୀଙ୍କ କହିବା କଥା ବାରମ୍ବାର ଏହି ଗାଁ ଭିତରକୁ ଭାଲୁ ପଶି ଆସୁଛନ୍ତି । ତେଣୁ ବନ ବିଭାଗ ଏହାର ପ୍ରତିକାର ବ୍ୟବସ୍ଥା କରିବା ଆବଶ୍ୟକ ।