କୋରାପୁଟ : କୂଅରୁ ୩ ଟି ଭାଲୁକୁ ଉଦ୍ଧାର କଲେ ଗ୍ରାମବାସୀ

18

କନକ ବ୍ୟୁରୋ : କୁଅରୁ ୩ ଟି ଭାଲୁକୁ ଉଦ୍ଧାର କଲେ ଗ୍ରାମବାସୀ । କୋରାପୁଟ ଜିଲ୍ଳା ବୋରିଗୁମ୍ମା ବ୍ଳକ ବିସିଂଙ୍ଗପୁର ପୁରୁଣା ବ୍ଳକ କାର୍ଯ୍ୟାଳୟ ପାଖରେ ଥିବା ଏକ ଶୁଖିଲା କୂଅ ଭିତରେ ୩ ଟି ଭାଲୁ ପଡିଯାଇଥିଲେ । କୂଅର ଗୋଟିଏ ପାଖରେ ଗାତ ଖୋଳି ଉପରକୁ ଉଠିବାକୁ ବହୁ ସମୟ ଧରି ଚେଷ୍ଟା ଚଳାଇଥିଲେ,ହେଲେ ବାହାରି ପାରି ନ’ଥିଲେ । ଭାଲୁ ଗୁଡ଼ିକର ରଡ଼ି ଏହି ରାସ୍ତା ଦେଇ ଯାଉଥିବା କିଛି ଗ୍ରାମବାସୀଙ୍କ କାନରେ ପଡ଼ିଥିଲା ।

ପରେ କିଛି ଗାଁ ଲୋକ ଏନେଇ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଆସିବା ବିଳମ୍ବ ହେବାରୁ କିଛି ଲୋକ ସେହି କୂଅ ଭିତରେ ଗୋଟିଏ କାଠ ଗଣ୍ଡିକୁ ପକାଇଥିଲେ । କିଛି ସମୟ ମଧ୍ୟରେ ଭାଲୁ ୩ଟି ଗୋଟିଏ ପରେ ଗୋଟିଏ କାଠ ଗଣ୍ଡି ଉପରେ ଚଢ଼ି ପଦାକୁ ବାହାରି ଆସିଥିଲେ । ପରେ ନିକଟରେ ଥିବା ଜଙ୍ଗଲକୁ ଚାଲିଯାଇଛନ୍ତି । ଏହା ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଯାଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ :