ଗୁଜବକାରୀଙ୍କୁ ସାବଧାନ କରାଇଲେ ପୋଲିସ ଡିଜି । କହିଲେ ସୋସିଆଲ ମିଡିଆରେ ତିକ୍ତତା କିମ୍ବା ଭୟ ସୃଷ୍ଟି କଲା ଭଳି ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟନୁଷ୍ଠାନ

904

କନକ ବ୍ୟୁରୋ: କରୋନା ନେଇ ସୋସିଆଲ ମିଡିଆରେ ଅପପ୍ରଚାର କଲେ ହେବ କଡା କାର୍ଯ୍ୟନୁଷ୍ଠାନ । ସୋସିଆଲ ମିଡିଆରେ କୌଣସି ବି ଗୁଜବକାରୀ ମେସେଜ କିମ୍ବା ଓଡିଶାବାସୀଙ୍କ ମନରେ ଆତଙ୍କ ସୃଷ୍ଟିକାରୀ ମେସେଜ ସେୟାର କରୁଥିଲେ ସାବଧାନ । କାରଣ ଯଦି କେହି ସୋସିଆଲ ମିଡିଆରେ କିଛି ବି ଗୁଜଗ ପୋଷ୍ଟ କରେ ତେବେ ତାଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ସାବଧାନ କରାଇଛନ୍ତି ପୋଲିସ ଡିଜି । ତେବେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା କୌଣସି ସନ୍ଦେହ ଜନକ ଖବରକୁ ଜମା ବିଶ୍ୱାସ କରନ୍ତୁନି କି ତାକୁ ଫରୱାଡ କରନ୍ତୁନି । ସନ୍ଦେହ ହେଉଥିଲେ ପୋଲିସକୁ ଜଣାନ୍ତୁ ବୋଲି ପୋଲିସ ଡିଜି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

ସେପଟେ ଭୁବନେଶ୍ୱର, କଟକ, ଭଦ୍ରକରେ ସଟଡାଉନ ସଫଳ ହୋଇଥିବା କହିଛନ୍ତି ଡିଜିପି । କିଛି ସ୍ଥାନରେ ଲୋକେ ନିୟମ ମାନି ନାହାନ୍ତି, ସେମାନଙ୍କ ନାଁରେ ମାମଲା ହୋଇଛି । ଲକଡାଉନ ବେଳେ ରାଜ୍ୟରେ ନିୟମ ଭାଙ୍ଗିଥିବା ନେଇ ୨୭୦୦ରୁ ଅଧିକ ମାମଲା ହୋଇଛି, ୨୪୦୦ରୁ ଅଧିକ ଗିରଫ ହୋଇଛନ୍ତି ଏବଂ ୪୦୦୦ରୁ ଅଧିକ ଗାଡି ଜବତ ହୋଇଛି ।

ତେବେ କରୋନା ମୁକାବିଲା ପାଇଁ ହୋଇଥିବା ଲକଡାଉନ ଏବଂ ସଟଡାଉନରେ ପୋଲିସର କାମକୁ ପ୍ରଶଂସା କରିଛନ୍ତି ଅଭୟ । ଖରା, ବର୍ଷାରେ ପୋଲିସ କର୍ମଚାରୀ ଯେଉଁ କାମ କରୁଛନ୍ତି ତାଙ୍କୁ ଅଭିନନ୍ଦନ ।