ବାରିପଦା : ରାଣିଭୋଳ କନ୍ୟା ଆଶ୍ରମରେ ଝାଡାବାନ୍ତି ଯୋଗୁଁ ୬୪ଜଣ ଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି

37

କନକ ବ୍ୟୁରୋ : ବାରିପଦା ସଦର ବ୍ଲକ୍ ରାଣିଭୋଳ କନ୍ୟା ଆଶ୍ରମରେ ଝାଡାବାନ୍ତି ହେବା ଯୋଗୁଁ ୬୪ଜଣ ଛାତ୍ରୀ ବାରିପଦା ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି । ଗତ କାଲି ମଧ୍ୟାନ ଭୋଜନ ଖାଇବା ପରେ କିଛି ପିଲାଙ୍କୁ ପେଟ ଫାମ୍ପିବା ସହ ଝାଡା ହୋଇଥିଲା । ତେବେ ସନ୍ଧ୍ୟା ସୁଦ୍ଧା ହଷ୍ଟେଲର ଅନ୍ୟାନ୍ୟ ଛାତ୍ରୀଙ୍କ ମଧ୍ୟରେ ଏହିଭଳି ଲକ୍ଷଣ ଦେଖାଯିବାରୁ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହିଭଳି ସ୍କୁଲର ୬୪ଜଣ ଛାତ୍ରୀ ରାତି୧୧ଟା ସୁଧା ବାରିପଦା ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ ।

ତେବେ ପ୍ରାଥମିକ ସ୍ତରରେ ଛାତ୍ରୀ ମାନେ ଭଲଥିବାର ବେଳେ ଅଖାଦ୍ୟ କିମ୍ବା ପିଇବା ପାଣିରେ ସଂକ୍ରମଣ ଯୋଗୁ ଏଭଳି ହୋଇଥାଇପାରେ ବୋଲି ଡାକ୍ତର କହିଛନ୍ତି । ଅନ୍ୟପଟେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କହିଛନ୍ତି ବିଦ୍ୟାଳୟରେ ୩ ରୁ ୪ଜଣ ଛାତ୍ରୀ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ଭଲ ହୋଇ ସାରିଥିବା ବେଳେ ଆଗକୁ ଅନ୍ୟମାନଙ୍କୁ ସଂକ୍ରନଣ ନହେବ ସେ ନେଇ ଡାକ୍ତରି ଟିମ୍ ସ୍କୁଲରେ ପହଂଚି ପିଲା ମାନଙ୍କୁ ଓଷଧ ବଣ୍ଟନ କରିଥିଲା । ତେବେ ଯେଉଁ ପିଲା ମାନଙ୍କୁ ଔଷଧ ଦିଆଯାଇଥିଲା ବରଂ ସେଇମାନଙ୍କୁ ପେଟ ଫାମ୍ପିବା ସହ ଝାଡା ହେଉଥିବାର କହିଥିଲେ । ତେବେ ଛାତ୍ରୀ ମାନେ ସମସ୍ତେ ସୁସ୍ଥ ଥିବାର ଜଣା ପଡିଛି ।