ବ୍ରହ୍ମପୁର ତ୍ରିକୋଣୀୟ ପ୍ରେମର ପର୍ଦ୍ଦାଫାଶ । ନର୍ସଙ୍କ ସହ ପ୍ରେମକୁ ନେଇ ବ୍ୟାଙ୍କ ଏଜେଂଟଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିଲେ ଡାକ୍ତର

56

କନକ ବ୍ୟୁରୋ : ବ୍ରହ୍ମପୁରରେ ତ୍ରିକୋଣୀୟ ପ୍ରେମର ପର୍ଦ୍ଦାଫାଶ ହୋଇଛି । ପ୍ରେମକୁ କେନ୍ଦ୍ର କରି ନାରକୀୟ କାଣ୍ଡ କରିଛନ୍ତି ଡାକ୍ତର । ନର୍ସଙ୍କ ସହ ପ୍ରେମକୁ ନେଇ ଡାକ୍ତର ବ୍ୟାଙ୍କ ଏଜେଂଟଙ୍କୁ ହତ୍ୟା କରିବା ସହ ମାଟି ତଳେ ପୋତିଦେଇଛନ୍ତି । ୨୫ ଦିନ ପରେ ବ୍ରହ୍ମପୁର ନିକଟସ୍ଥ ବଡଗୁମୁଳାରୁ ବ୍ୟାଙ୍କ ଏଜେଂଟ ବିଷ୍ଣୁ ଗୌଡର ମୃତଦେହକୁ ମାଟିତଳୁ ଉଦ୍ଧାର କରାଯିବା ପରେ ଘଟଣା ସାମ୍ନାକୁ ଆସିଛି ।

ଘଟଣା ଅନୁସାରେ, ନର୍ସଙ୍କ ସହ ଡାକ୍ତର ହୃଷୀକେଶ ତ୍ରିପାଠୀ ଓ ବ୍ୟାଙ୍କ ଏଜେଂଟ ବିଷ୍ଣୁ ଗୌଡଙ୍କ ତ୍ରିକୋଣୀୟ ପ୍ରେମ ଗଢିଉଠିଥିଲା । ଏଥିରେ ରାଗିଯାଇ ହୃଷିକେଶ, ବିଷ୍ଣୁଙ୍କୁ ଘରକୁ ଡାକି ହତ୍ୟା କରଥିଲେ ଓ ପରେ ଅନ୍ୟ ଜଣକ ସହାୟତାରେ ମୃତ ଦେହକୁ କାରରେ ନେଇ ବଡଗୁମୁଳାରେ ଥିବା ଅଳିଆ ଗଦାରେ ପୋତିଦେଇଥିଲେ । ବିଷ୍ଣୁ ଗୌଡ ଗତ ୧୮ ତାରିଖ ଦିନ ନର୍ସଙ୍କୁ ଭେଟିବାକୁ ବ୍ରହ୍ମପୁର ଆସି ନିଖୋଜ ଥିଲେ ।

ଏ ନେଇ ବ୍ରହ୍ମପୁରର ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ ହୋଇଥିଲା । ୨୫ ଦିନ ପରେ ବିଷ୍ଣୁଙ୍କ ମୃତଦେହଙ୍କୁ ଆଜି ମାଟିତଳୁ ଉଦ୍ଧାର କରିଛି ପୋଲିସ । ଡାକ୍ତରଙ୍କ ସହୟତା କରିଥିବା ବ୍ୟକ୍ତି ଗଙ୍ଗା ବେହେରା ଗିରଫ ହେବା ପରେ ଘଟଣାର ପର୍ଦ୍ଦାଫାସ ହୋଇଛି । ଗଙ୍ଗା ବେହେରା ସଂପୃକ୍ତ ଡାକ୍ତରଙ୍କ ହେଲପର ବୋଲି ଜଣାଯାଇଛି । ତେବେ ଏବେ ସଂପୃକ୍ତ ଡାକ୍ତର ଫେରାର ଥିବା ଜଣାପଡିଛି ।